Sunday, March 29, 2026
39.2 C
Odisha

    ବିମାନ ଯାତ୍ରା ମହଙ୍ଗା ହେବ!: ଏଟିଏଫ ଦର ବଢ଼ିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:  ବିମାନ ଯାତ୍ରା ମହଙ୍ଗା ହେବା ନେଇ ଚର୍ଚ୍ଚା ହେଉଛି।ଏହାର କାରଣ ହେଉଛି ଯେ, କ୍ରମାଗତ ଦ୍ୱିତୀୟ ମାସ ପାଇଁ ପେଟ୍ରୋଲିୟମ କମ୍ପାନିଗୁଡିକ ବିମାନରେ ବ୍ୟବହୃତ ଇନ୍ଧନର ଦର ବୃଦ୍ଧି କରିଛନ୍ତି। ଯେଉଁଥିପାଇଁ ବିମାନ କମ୍ପାନିଗୁଡିକର ପରିଚାଳନା କାର୍ଯ୍ୟ ମହଙ୍ଗା ହେବାର ଆଶଙ୍କା ରହିଛି। ଏହା ବିମାନ ଯାତ୍ରୀଙ୍କଠାରୁ ଭଡ଼ା ଆକାରରେ ଅଦାୟ କରାଯିବ।

    ଏହି ଦୁଇ ମାସ ମଧ୍ୟରେ ବିମାନର ଇନ୍ଧନ ଆଭିଏସନ ଟର୍ବାଇନ ଫୁଏଲ (ଏଟିଏଫ)ର ଦର ବଢ଼ିଛି। ଏଟିଏଫର ଦର ରାଜଧାନୀ ଦିଲ୍ଲୀରେ କିଲୋଲିଟର ପିଛା ୪୨୦୦ ରୁ ଅଧିକ ବୃଦ୍ଧି ପାଇଛି।  ଦେଶର ଚାରୋଟି ମେଟ୍ରୋ ବିମାନ ବନ୍ଦରରେ ଏଟିଏଫ୍ ଦରରେ ବୃଦ୍ଧି ଘଟିଛି।

    ଆଇଓସିଏଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ନଭେମ୍ବର ତୁଳନାରେ ଡିସେମ୍ବର ମାସରେ ଜେଟ ଇନ୍ଧନର ଦରରେ ବୃଦ୍ଧି ଘଟିଛି। ଦିଲ୍ଲୀର ଏଟିଏଫ୍ ଦରରେ ୧,୩୧୮.୧୨ ଟଙ୍କା ବୃଦ୍ଧି ଘଟିଛି ଏବଂ ଏହା  କିଲୋଲିଟର  ପିଛା ୯୧,୮୫୬.୮୪ ଟଙ୍କା ହୋଇଛି। କୋଲକାତାରେ ଜେଟ ଇନ୍ଧନର ଦରରେ ୧,୧୫୮.୮୪  ଟଙ୍କା ବୃଦ୍ଧି ଘଟିଛି ଏବଂ ଏହାର ଦର କିଲୋଲିଟର ପିଛା ୯୪,୫୫୧.୬୩ ଟଙ୍କା ହୋଇଛି।

    ମୁମ୍ବାଇରେ ଏଟିଏଫ୍ ଦର ୧,୨୧୮.୧୧  ଟଙ୍କା ବଢ଼ି ଏହା  କିଲୋଲିଟର ପିଛା ୮୫,୮୬୧.୦୨ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଚେନ୍ନାଇରେ ଏଟିଏଫ୍ ୧,୨୭୪.୩୯ ଟଙ୍କା ବ୍ୟୟବହୁଳ ହୋଇଛି ଏବଂ ଏହାର ଦର କିଲୋଲିଟର ପିଛା ୯୫,୨୩୧.୪୯ ଟଙ୍କା ହୋଇଛି।

    ଅନ୍ୟପକ୍ଷରେ ଗତ ଦୁଇ ମାସ ମଧ୍ୟରେ ଜେଟ ଇନ୍ଧନର ଦରରେ ବୃଦ୍ଧି ଘଟିଛି। ଆଇଓସିଏଲର ତଥ୍ୟ ଅଧ୍ୟୟନ କରିବା ପରେ ଦିଲ୍ଲୀରେ ଜେଟ ଇନ୍ଧନର ଦାମ୍‌ରେ କିଲୋଲିଟର ପିଛା ୪,୨୫୯.୮୪  ଟଙ୍କା ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ କୋଲକାତାରେ ଜେଟ ଇନ୍ଧନ ଦୁଇ ମାସ ମଧ୍ୟରେ ୩,୯୪୦.୮୩  ଟଙ୍କା ବ୍ୟୟବହୁଳ ହୋଇଛି। ମୁମ୍ବାଇରେ ଏଟିଏଫ୍ ଦରରେ ୩,୯୯୪.୮୯ଟଙ୍କା ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ଚେନ୍ନାଇରେ ଜେଟ ଇନ୍ଧନର ଦର କିଲୋଲିଟର ପିଛା ୪,୨୬୭.୦୬ ଟଙ୍କା ବୃଦ୍ଧି ପାଇଛି। ଯାହାର ସିଧାସଳଖ ପ୍ରଭାବ ବିମାନ ଭଡା ବୃଦ୍ଧିରେ ଦେଖାଦେଇଥାଏ। ଯାହା ସାଧାରଣ ଯାତ୍ରୀଙ୍କୁ ଦେବାକୁ ପଡିଥାଏ। ଏଭଳି ପରିସ୍ଥିତିରେ ଆସନ୍ତା କିଛି ଦିନ ମଧ୍ୟରେ ବିମାନ ଭଡା ବୃଦ୍ଧି ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    13 %
    4.1kmh
    4 %
    Sun
    40 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ