Tuesday, March 24, 2026
22.9 C
Odisha

    ମଦ ଓ ପାନ ମସଲା ବିଜ୍ଞାପନ ପାଇଁ ମିଳୁଥିଲା ୧୦କୋଟି, କରିବାକୁ ମନା କଲେ ଅଲ୍ଲୁ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଜାତୀୟ ପୁରସ୍କାର ଜିତିବାରେ ପ୍ରଥମ ତେଲୁଗୁ ଅଭିନେତା ହେବା ପରେ ଅଲ୍ଲୁ ଅର୍ଜୁନ ପ୍ରଶଂସକଙ୍କ ପ୍ରଶଂସା ଏବଂ ଭଲପାଇବା ସାଉଁଟିଥିଲେ। ଅଭିନେତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା-୨’ର ମୁକ୍ତିଲାଭକୁ ଅପେକ୍ଷା କରିଥିବା ବେଳେ ତାଙ୍କର ଆଉ ଏକ କାମ ଦର୍ଶକଙ୍କ ମନ କିଣିଛି। ମଦ ଓ ପାନ ମସଲା ବିଜ୍ଞାପନ ପାଇଁ ତାଙ୍କୁ ୧୦କୋଟି ମିଳୁଥିଲେ ବି ସେ କରିବାକୁ ମନା କରିଦେଇଥିବା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ଫିଲ୍ମରେ ଅଲ୍ଲୁ ଅର୍ଜୁନ ଧୂମପାନ, ମଦ୍ୟପାନ ଓ ପାନ ଚୋବାଇବା ବେ‌ଳେ ନିଜ କମ୍ପାନିର ଲୋଗୋ ଦେଖାଇବା ପାଇଁ କମ୍ପାନି ତାଙ୍କୁ ୧୦କୋଟି ଦେବ ବୋଲି କହିଥିଲା। ହେଲେ ଅଭିନେତା ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ଜଣାପଡ଼ିଛି। ଏଭଳି ବ୍ରାଣ୍ଡର ବିଜ୍ଞାପନ କରିବାକୁ ଚାହୁନାହିଁ ବୋଲି କହି ଅଭିନେତା ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ସାମ୍ନାକୁ ଆସିଛି।

    ଏହା ପୂର୍ବରୁ ପୁଷ୍ପାର ପ୍ରଥମ ଭାଗ ରିଲିଜ୍ ସମୟରେ ମଧ୍ୟ ଅଲ୍ଲୁଙ୍କୁ ସମାନ ଅଫର ମିଳିଥିଲା। ଏକ ଗୁଟଖା କମ୍ପାନି ତାଙ୍କୁ ବିଜ୍ଞାପନ ପାଇଁ ଅଫର ଦେଇଥିବା ବେଳେ ସେ କରିବାକୁ ମନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    44 %
    1.8kmh
    0 %
    Mon
    23 °
    Tue
    35 °
    Wed
    37 °
    Thu
    38 °
    Fri
    40 °

    ସମ୍ବନ୍ଧିତ