Friday, May 10, 2024
23.6 C
Odisha

    କାର୍ତ୍ତିକ ପାଣ୍ଡିଆନଙ୍କ ଦୁଇଦିନିଆ ଗଞ୍ଜାମ ଗସ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୧୬।୧୨:ଗଞ୍ଜାମ ଜିଲ୍ଲାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦୁଇଦିନିଆ ଗଞ୍ଜାମ ଗସ୍ତରେ ଯାଇ ହିଞ୍ଜିଳିକାଟୁରେ ପହଞ୍ଚିଛନ୍ତି କାର୍ତ୍ତିକ ପାଣ୍ଡିଆନ । ହିଞ୍ଜିଳିକାଟୁର ପୋଚିଲିମା ଖାମ୍ବିୟଦୋରା ଜୁନିୟର ସାଇନ୍ସ କଲେଜରେ ପ୍ରଥମେ ପହଞ୍ଚିବା ପରେ ସେଠାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ସେଠାରୁ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବେ । ହିଞ୍ଜିଳି ଓ ଶେରଗଡ ବ୍ଲକର ବିଭିନ୍ନ କଲେଜରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇବେ । ସେଠାରୁ ସେ ଶେରଗଡ ସ୍ଥିତ ଗ୍ରାମୀଣ ଶିଳ୍ପ ପାର୍କରେ ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ କାର୍ତ୍ତିକ ପାଣ୍ଡିଆନ ଶେରଗଡ ବ୍ଲକରେ ଚାଷୀଙ୍କ ସହ ଆଲୋଚନା ଓ ବ୍ରହ୍ମପୁର ମାଆ ବୁଢି ଠାକୁରାଣୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କାର୍ଯ୍ୟକ୍ରମ ରହିଛି ।

    ଏହି ଦୁଇଦିନିଆ ଗସ୍ତ ଅବସରରେ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିବେ । ଜିଲ୍ଲାରେ କେତେ ଉନ୍ନତ୍ତିମୂଳକ କାର୍ଯ୍ୟ ହୋଇଛି ଓ ଏହା ଲୋକଙ୍କ ପାଖରେ କେତେ ପହଞ୍ଚିଛି ତାହାର ସମୀକ୍ଷା କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    90 %
    1.4kmh
    0 %
    Fri
    39 °
    Sat
    41 °
    Sun
    40 °
    Mon
    39 °
    Tue
    38 °

    ସମ୍ବନ୍ଧିତ