Saturday, September 21, 2024
26 C
Odisha

    ଅଧାରୁ ବନ୍ଦ ହୋଇଯିବ ଅମରନାଥ ଯାତ୍ରା ! ମାତ୍ର ୭ ଦିନରେ ବିଲୀନ ହୋଇଗଲେ ପବିତ୍ର ହିମଲିଙ୍ଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଅନେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି। କାଶ୍ମୀରରେ ମଧ୍ୟ ଚଳିତ ବର୍ଷ ଗରମ ଅନେକ ରେକର୍ଡ ଭାଙ୍ଗିଛି, ଯାହାର ପ୍ରଭାବ ଅମରନାଥ ଯାତ୍ରା ଉପରେ ଦେଖିବାକୁ ମିଳୁଛି । ଯାତ୍ରା ଆରମ୍ଭ ହେବାର ମାତ୍ର ୭ ଦିନ ମଧ୍ୟରେ ବାବା ଅମରନାଥଙ୍କ ପବିତ୍ର ହିମଲିଙ୍ଗ ତରଳିଯାଇଛନ୍ତି । ଅମରନାଥ ସ୍ରାଇନ୍ ବୋର୍ଡ ୟୁଟ୍ୟୁବରେ ହିମଲିଙ୍ଗ ତରଳିବା ନେଇ ଭିଡିଓ ଜାରି କରିଛି। ଜୁନ୍ ୩୦ର ଭିଡିଓରେ ବାବା ବରଫନୀ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲେ ହେଁ ଏବେ ଶିବଲିଙ୍ଗ ଦୃଶ୍ୟମାନ ହେଉନାହାନ୍ତି।
    ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେବାର ମାତ୍ର ୭ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ବାବା ଅମରନାଥ ଅଦୃଶ୍ୟ ହୋଇଯାଇଛନ୍ତି। ଏହା ଫଳରେ ବାବାଙ୍କ ଦର୍ଶନ ପାଇଁ ବହୁ କଷ୍ଟ ସ୍ବୀକାର କରି ଗୁମ୍ଫାକୁ ଯାଉଥିବା ଶ୍ରଦ୍ଧାଳୁମାନେ ନିରାଶ ହେବାର ସମ୍ଭାବନା ରହିଛି ।

    ଏହା ପୂର୍ବରୁ ୨୦୦୮ରେ ଯାତ୍ରା ଆରମ୍ଭ ହେବାର ୧୦ ଦିନ ମଧ୍ୟରେ ପବିତ୍ର ହିମଲିଙ୍ଗ ବିଲୀନ ହୋଇଯାଇଥିଲେ । ୨୦୨୩ ମସିହାରେ ବାବା ଅମରନାଥ ୧୪ ଦିନରେ ନିଖୋଜ ହୋଇଯାଇଥିଲେ। ସେହିପରି ୨୦୧୬ ମସିହାରେ ୧୩ ଦିନ ପରେ ହିମଲିଙ୍ଗ ବିଲୀନ ହୋଇଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    82 %
    1.5kmh
    100 %
    Sat
    26 °
    Sun
    30 °
    Mon
    29 °
    Tue
    30 °
    Wed
    29 °

    ସମ୍ବନ୍ଧିତ