Monday, April 28, 2025
39.1 C
Odisha

    ସ୍ୱାଭାବିକ ହେଲା ୧୦୮ ଆମ୍ୱୁଲାନ୍ସ ସେବା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସ୍ୱାଭାବିକ ହେଲା ୧୦୮ ଆମ୍ୱୁଲାନ୍ସ ସେବା । ଏନେଇ ୧୦୮ କର୍ମଚାରୀ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଅନରୋଡ୍ ମୋଡ୍‌ରେ ଗାଡ଼ି ଗଡ଼ିବ । କିଛିଦିନ ହେବ ରାଜରାସ୍ତାକୁ ଓହ୍ଲାଇଥିଲେ ଆମ୍ୱୁଲାନ୍ସ କର୍ମଚାରୀ । ଏନେଇ ରୋଗୀ ସେବା ପ୍ରଭାବିତ ହୋଇଛି । କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ବିଷୟରେ କିଛି ନିଷ୍ପତ୍ତି ହୋଇନଥିବାରୁ ଅଫରୋଡ ମୋଡରେ ରୋଗୀସେବା ଯୋଗାଇ ଦେବାକୁ ସଂଘ ନିଷ୍ପତ୍ତି ନେଇଥିଲା । ନିୟମ ଅନୁସାରେ ଅନରୋଡରେ ଗାଡ଼ି ନଚଳାଇଲେ, କାର୍ଯ୍ୟାନୁଷ୍ଠାନ ନେବ କର୍ତ୍ତୃପକ୍ଷ। ତେଣୁ ଅଫରୋଡ୍ ଗାଡ଼ି ଚଳାଚଳ ହେଉଥିଲା । ସେପଟେ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ରାଜ୍ୟବ୍ୟାପୀ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସ୍ଥାୟୀ ନିଯୁକ୍ତି, ବକେୟା ଦରମା ପ୍ରଦାନ, ଗ୍ରାଚ୍ୟୁଇଟି ପ୍ରଦାନ, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଆଦି ୭ ଦଫା ନେଇ ଜିପିଏସ ବଟନ ଅଫ କରି ଅଫରୋଡ୍ ମୋଡରେ ଆମ୍ବୁଲାନ୍ସ ଚଳାଉଥିଲେ । ଗ୍ରାଚ୍ୟୁଇଟି ପାଇଁ ପୂର୍ବ ଠିକା ସଂସ୍ଥା ସହ ଆଲୋଚନା କରାଯାଇଥିବା କହିଛନ୍ତି ୧୦୮ ଆମ୍ବୁଲାନ୍ସ ସର୍ଭିସ ରାଜ୍ୟ ମୁଖ୍ୟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    39.1 ° C
    39.1 °
    39.1 °
    13 %
    4.7kmh
    15 %
    Mon
    38 °
    Tue
    40 °
    Wed
    41 °
    Thu
    39 °
    Fri
    40 °

    ସମ୍ବନ୍ଧିତ