Monday, May 20, 2024
38.8 C
Odisha

    ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ହେବେ ଶ୍ରୀମୟୀ ମିଶ୍ର: ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଜନ ସମ୍ପର୍କ ପଦଯାତ୍ରାରେ ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱରରୁ ଲଢିବେ ଶ୍ରୀମୟୀ ମିଶ୍ର । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ର ବିଜେଡିରୁ ନିର୍ବାଚନ ଲଢିବା ନେଇ ମନ୍ତ୍ରୀ ଅଶୋକ ପଣ୍ଡା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରିମୟୀଙ୍କୁ ଭୁବନେଶ୍ୱରର ପ୍ରାର୍ଥୀ କରିବା ନେଇ ନିଷ୍ପତି ନେଇଥିବା ଅଶୋକ ପଣ୍ଡା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସଠିକ୍ ସାବ୍ୟସ୍ଥ କରିବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ କରିଛନ୍ତି ମନ୍ତ୍ରୀ । ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଶ୍ରୀମୟୀଙ୍କୁ ଜିତାଇବା ପାଇଁ ସେ ଆହ୍ୱନ ଦେଇଛନ୍ତି । କିଛି ଦିନ ପୂର୍ବରୁ ଦଳୀୟ କାର୍ଯ୍ୟକ୍ରମରେ ବିଜେଡି କର୍ମୀମାନେ ଶ୍ରୀମୟୀଙ୍କୁ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ କହି ସ୍ଲୋଗାନ ଦେଇଥିଲେ । ଏବେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘୋଷଣା ପରେ ଶ୍ରିମୟୀ ବିଜେଡିରୁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଯାଇଛି । ବିଜେପିରୁ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚନ ହୋଇଛନ୍ତି । ଏଥର ତାଙ୍କୁ ମଧ୍ୟ ଦଳ ପୁଣି ଥରେ ଟିକେଟ ଦେଇପାରେ । ଆଉ ଯଦି ଏଭଳି ହୁଏ ତେବେ ଭୁବନେଶ୍ୱରରେ ଅପରାଜିତା ଏବଂ ଶ୍ରୀମୟୀଙ୍କ ମଧ୍ୟ ଲଢେଇ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.8 ° C
    38.8 °
    38.8 °
    25 %
    5.3kmh
    0 %
    Mon
    36 °
    Tue
    43 °
    Wed
    42 °
    Thu
    41 °
    Fri
    37 °

    ସମ୍ବନ୍ଧିତ