Monday, September 14, 2026
24.7 C
Odisha

    ଆମେରିକାରେ ଆଉ ଜଣେ ଭାରତୀୟଙ୍କୁ ପିଟିପିଟି ହତ୍ୟା । ସିସିଟିଭିରେ କଏଦ ହେଲା ଏହି ବର୍ବର ଘଟଣା

    ଆଗକୁ ପଢନ୍ତୁ

    ବିବେକ ତନେଜା ନାମକ ଜଣେ ଭାରତୀୟ ଆମେରିକାର ରାଜଧାନୀ ୱାଶିଂଟନ୍ ର ଫୁଟପାଥରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହେଇଥିଲେ । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡକ୍ଟର ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ତାନେଜା ଏବଂ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରଥମେ ଯୁକ୍ତିତର୍କ ଲାଗିଥିଲା ପରେ ଏହି ବିବାଦ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା । ଅଭିଯୁକ୍ତ ଜଣକ ତାନେଜାଙ୍କୁ ତଳେ ପକାଇ ଫୁଟପାଥରେ ତାଙ୍କ ମୁଣ୍ଡକୁ ଜୋରେ ପିଟି ଦେଇଥିଲେ ।ୱାଶିଂଟନ୍ : ଆମେରିକାର ରାଜଧାନୀ ୱାଶିଂଟନ୍‌ର ଏକ ରେଷ୍ଟୁରାଣ୍ଟ ବାହାରେ ଝଗଡ଼ାରେ ଆହତ ହୋଇଥିବା ଭାରତୀୟ ମୂଳର ୪୧ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସମ୍ପ୍ରତି ଆମେରିକାରେ ଭାରତୀୟ ମୂଳ ଲୋକଙ୍କ ଉପରେ ଆକ୍ରମଣର ଅନେକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି ।ଅନୁସନ୍ଧାନକାରୀ କହିଛନ୍ତି ଯେ ଶୋଟୋ ରେଷ୍ଟୁରାଣ୍ଟ ବାହାରେ ୧୫ ତମ ଷ୍ଟ୍ରିଟ୍ ଉତ୍ତର-ପଶ୍ଚିମ 1100 ବ୍ଲକ୍ ରେ ରାତି ୨ ଟା ସମୟରେ ପୋଲିସ ଏହି ଘଟଣାର ଏକ ରିପୋର୍ଟ ପାଇଥିଲା । ଏହା ପରେ ଅଧିକାରୀମାନେ ବିବେକ ତନେଜା ନାମକ ଜଣେ ଭାରତୀୟ ମୂଳ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ଯେଉଁଠାରେ ଡକ୍ଟର ତାଙ୍କୁ ମୃତ ଘୋଷିତ କରିଥିଲେ ।

    ରାସ୍ତା ଉପରେ ବିବେକଙ୍କ ମୁଣ୍ଡକୁ ଜୋରେ ପିଟିଦେଇଥିଲା ଅଭିଯୁକ୍ତ

    ୱାଶିଂଟନ୍ ଡିସିର ଏକ ଟେଲିଭିଜନ ଷ୍ଟେସନ ‘WUSA’ ଅନୁଯାୟୀ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ତାନେଜା ଏବଂ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ବିବାଦରେ ପରିଣତ ହୋଇଥିଲା ଏବଂ ଅଭିଯୁକ୍ତ ତାନେଜାଙ୍କୁ ତଳେ ପକାଇ ତାଙ୍କ ମୁଣ୍ଡକୁ ରାସ୍ତାରେ ଜୋରେ ପିଟି ଦେଇଥିଲା । ଗୁରୁତର ଆହତ ତାନେଜା ବୁଧବାର ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଖୋଜୁଛି । ଅଭିଯୁକ୍ତର ଫୁଟେଜ ସିସିଟିଭିରୁ ମିଳିଛି । ତାନେଜା ‘ଡାଇନାମୋ ଟେକ୍ନୋଲୋଜି’ର ସହ-ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.2kmh
    6 %
    Mon
    25 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ