Monday, May 20, 2024
25.1 C
Odisha

    ବିବାହ ବନ୍ଧନରେ ବାନ୍ଧିହେବେ ଆମୀରଙ୍କ କନ୍ୟା

    ଆଗକୁ ପଢନ୍ତୁ

    ଆଜିର ଦିନଟି ଚଳଚିତ୍ର ଅଭିନେତା ଆମୀର ଖାନଙ୍କ ଝିଅ ଆୟରା ଖାନ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ୨୦୨୪ ନୂଆ ବର୍ଷ ଆରମ୍ଭରେ ସେ ଆଜିର ଦିନରେ ବିହାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆୟରା ନିଜର ଦୀର୍ଘ ଦିନର ପ୍ରେମିକ ନୁପୁର ଶିଖରେଙ୍କ ସହ କୋର୍ଟରେ ବିବାହ କରିବାକୁ ଯାଉଛନ୍ତି । କିଛି ଘଣ୍ଟା ଭିତରେ ଉଭୟ ବିବାହ କରିବେ ଏବଂ ରୀତିନୀତି ଅନୁସାରେ ସ୍ୱାମୀ, ସ୍ତ୍ରୀ ହୋଇଯିବେ । ନୁପୁର ଏବଂ ଆୟରାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି ।

    ଆୟରା ଏବଂ ନୁପୁରଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ ଅନେକ କଥା ସାମ୍ନାକୁ ଆସିଛି । ସୂଚନାରୁ ଜଣାପଡିଛି ଯେ ବାନ୍ଦ୍ରାସ୍ଥିତ ହୋଟେଲ ତାଜ୍ ଲ୍ୟାଣ୍ଡସରେ ଆୟରା ଏବଂ ନୁପୁର ଶିଖରେଙ୍କ ବିବାହ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ବିବାହରେ କେବଳ କିଛି ଘନିଷ୍ଠ ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଯୋଗ ଦେବେ । ସନ୍ଧ୍ୟା ୬.୩୦ ସମୟରେ ବିବାହ ଶୋଭାଯାତ୍ରା ସହିତ ନୁପୁର ହୋଟେଲରେ ପହଁଚିବେ । ନୁପୁର ନିଜର ବିବାହରେ ଆଜି ଟକ୍ସେଡୋ ପିନ୍ଧିବେ ଓ ଆୟରା ଲେହେଙ୍ଗାରେ ଦେଖିବା ପାଇଁ ମିଳିବେ ।ଆୟରା ଓ ନୁପୁରଙ୍କ ବିବାହରେ କିଛି ନିୟମ ମଧ୍ୟ ରହିଛିି । ଦମ୍ପତି ନିଜ ବିବାହରେ କୌଣସି ଉପହାର ନଆଣିବାର ନିୟମ ରଖିଛନ୍ତି । ଅର୍ଥାତ ବିବାହରେ ଆସୁଥିବା ଅତିଥିମାନେ ଦମ୍ପତିଙ୍କ ପାଇଁ କୌଣସି ଉପହାର ଆଣିବେ ନାହିଁ । ଯଦି ଅତିଥି ମାନେ କିଛି ଉପହାର ଦେବା ପାଇଁ ଚାହାଁନ୍ତି ତେବେ ସେମାନେ ଏନପିଓ ସଂଗଠନକୁ ଦାନ କରିପାରିବେ । ଆୟରା ସବୁବେଳେ ମାନସିକ ସ୍ୱାସ୍ଥ୍ୟ ବିଷୟରେ କଥାବାର୍ତ୍ତା କରନ୍ତି । ଏହି ସଂଗଠନ ଲୋକମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ କାର୍ଯ୍ୟ କରେ ।

    ଜାନୁଆରୀ ୨ରେ ଆୟରା ଏବଂ ନୁପୁରଙ୍କର ମେହେନ୍ଦୀ ହୋଇଥିଲା । ଯେଉଁଥିରେ ଆୟରାଙ୍କ ମା ରିନା ଦତ୍ତା ଏବଂ ନୁପୁର ଶିଖେରଙ୍କ ମା ପ୍ରୀତମ ଶିଖରେ ଏକାଠି ପୋଜ୍ କରୁଥିବାର ଦେଖିବା ପାଇଁ ମିଳିଥିଲେ । ପରେ ରାତିରେ ସଲମାନ ଖାନଙ୍କ ଘରେ ଆୟରାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆଜି କୋର୍ଟ ବିବାହ ପରେ ନୁପୁର ଓ ଆୟରା ଉଦୟପୁରରେ ଏକ ଆଡମ୍ବରପୂର୍ଣ୍ଣ ବିବାହ କରିବେ । ବିବାହ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ମଧ୍ୟ ହେବ । ଯେଉଁଥିରେ ଅନେକ ବଲିଓଡ ସେଲିବ୍ରେଟି ଯୋଗଦେବେ ବୋଲି ଜଣାପଡିଛି । ନୂଆ ବର୍ଷରେ ନୂତନ ଯାତ୍ରା ପାଇଁ ଆୟରା ଓ ଶିଖରଙ୍କୁ ଅନେକ ଅନେକ ଶୁଭେଚ୍ଚା ଓ ଅଭିନନ୍ଦନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    85 %
    1.8kmh
    0 %
    Mon
    41 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ