Monday, September 14, 2026
25.9 C
Odisha

    ଓଡ଼ିଶାର ୭ଉତ୍ପାଦକୁ ଜିଆଇ ମାନ୍ୟତା

    ଆଗକୁ ପଢନ୍ତୁ

    ଓଡ଼ିଶାର ୭ଉତ୍ପାଦକୁ ବୁଧବାର ଜିଆଇ ମାନ୍ୟତା ମିଳିଛି। ଚେନ୍ନାଇସ୍ଥିତ ଭୌଗୋଳିକ ସୂଚକ ରେଜିଷ୍ଟ୍ରି ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଓଡ଼ିଶା ଖଜୁରୀ ଗୁଡ଼(ଗଜପତି), ଢେଙ୍କାନାଳ ମଗଜି,ଶିମିଳିପାଳ କାଇ ଚଟୁଣୀ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, କପଡ଼ାଗଣ୍ଡାର ଡଙ୍ଗରିଆ କନ୍ଧ ଏମ୍ରୋଡରୀ ସାଲ୍‌, କୋରାପୁଟ କଳାଜିରା ଚାଉଳ ଓ ଲାଞ୍ଜିଆ ସଉରା ଚିତ୍ରକଳା(ଇଡିଟାଲ)କୁ ଜିଆଇ ଟ୍ୟାଗ ମିଳିଥିବା ଜଣାପଡ଼ିଛି। ପୂର୍ବରୁ ଗତ ଅକ୍ଟୋବର ୩ରେ କେନ୍ଦ୍ରାପଡ଼ାର ରସାବଳୀକୁ ଜିଆଇ ଟ୍ୟାଗ ମିଳି ସାରଛି। ଏସବୁକୁ ମିଶାଇ ଓଡ଼ିଶାର ୨୫ଟି ଉତ୍ପାଦକୁ ଏଯାବତ ଜିଆଇ ଟ୍ୟାଗ ମିଳିସାରିଛି।
    ଉଲ୍ଲେଖଯୋଗ୍ୟ, କଳାଜିରା ଚାଉଳ କୋରାପୁଟ ଜିଲାରେ ଟୋଲା ପାତ୍ରପୁଟ, ପୁଜାରିପୁଟ, ବାଲିଗୁଡ଼ା ଏବଂ ମୋହୁଲି ସ୍ଥାନରେ ଏହି ଚାଷ କରାଯାଏ। ଏହା ମଧୁମେହ ନିୟନ୍ତ୍ରଣ କରିବା ସହ ହିମୋଗ୍ଲୋବିନ ଏବଂ ଶରୀର ମେଟାବୋଲିଜିମ ବୃଦ୍ଧି କରେ ବୋଲି ବିଶ୍ୱାସ କରାଯାଏ। ଡଙ୍ଗରିଆ କନ୍ଧ ଏମ୍ରୋଡରୀ ସାଲ ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ।ସେମାନେ ଓଡ଼ିଶାର ଦକ୍ଷିଣ ଭାଗରେ ଥିବା ରାୟାଗଡା ଏବଂ କାଲାହାଣ୍ଡି ଜିଲାର ନିୟାମଗିରି ପାହାଡରେ ବାସ କରନ୍ତି। କପଡାଗଣ୍ଡା ପାଇଁ କଞ୍ଚାମାଲ ଭାବରେ ବ୍ୟବହୃତ ହେଉଥିବା ଧଳା କପଡା ଅମଳ ହୋଇଥିବା ଫସଲକୁ ବଦଳାଇ ସ୍ଥାନୀୟ ଅନୁସୂଚିତ ଜାତି ସମ୍ପ୍ରଦାୟଠୁ କିଣା ଯାଇଥାଏ। ତିନୋଟି ଭିନ୍ନ ରଙ୍ଗର ସୂତା ଦ୍ୱାରା ଏମ୍ରୋଡରୀ ସଜାଯାଇଥାଏ। ସବୁଜ, ହଳଦିଆ ଓ ଲାଲ ରଙ୍ଗ ରହିଥାଏ। ରାୟଗଡ଼ା ଜିଲାର ଲାଞ୍ଜିଆ ସଉରାଙ୍କ ଇଡିଟାଲ ଚିତ୍ରକଳା ପ୍ରାୟତଃ ଆଦିବାସୀ ଘରଗୁଡ଼ିକର କାନ୍ଥରେ ଦେଖିବାକୁ ମିଳିଥାଏ। ଆଜିକାଲି ଏହି ଚିତ୍ରକଳାକୁ ଯୁବପିଢ଼ୀ କାନଭାସରେ ଆକ୍ରାଲିକ ରଙ୍ଗରେ କରୁଛନ୍ତି। ଓଡ଼ିଶାର ମୟୂରଭଞ୍ଜ ଜିଲାର କାଇ ଚଟୁଣୀ ଏକ ସୁସ୍ବାଦୁ ଖାଦ୍ୟ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ। କାଇକୁ ମାରି ଏହାକୁ ଚଟଣୀ ପ୍ରସ୍ତୁତ କରାଯାଏ। ଏହି ଚଟଣୀର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ପ୍ରୋଟିନ, କ୍ୟାଲସିୟମ, ଜିଙ୍କ, ଭିଟାମିନ ବି-୧୨, ଆଇରନ, ମାଗ୍ନେସିୟମ, ପୋଟାସିୟମ, ସୋଡିୟମ, ତମ୍ବା, ଫାଇବର ପ୍ରମୁଖ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଜଣ୍ଡିସ, ସାଧାରଣ ଥଣ୍ଡା, ଗଣ୍ଠି ଯନ୍ତ୍ରଣା, କାଶ ଏବଂ ଆଖି ଦୃଷ୍ଟିଶକ୍ତିରେ ପୀଡିତ ଲୋକଙ୍କୁ ଏହି କାଇ ଚଟଣୀ ଦିଆଯାଇଥାଏ। ନୟାଗଡ଼ର କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣ କଣ୍ଟା ଭର୍ତ୍ତି ହଇଥାଏ। ଏହି ବାଇଗଣ ବାଲୁକା ମୃତ୍ତିକାରେ ହାବ ସହ ଏକ ଭିନ୍ନ ସ୍ବାଦ ରହିଥାଏ। ଗଜପତି ଜିଲାର ଓଡିଶା ଖଜୁରୀ ଗୁଡ଼ ଖଜୁରୀ ଗଛର ମିଠା ରସରୁ ମିଳିଥିବା ଏକ ପ୍ରକାର ପ୍ରାକୃତିକ ମିଠା। ପାରମ୍ପରିକ ଭାବେ ଏହାକୁ ପାତାଳି ଗୁଡ଼ ଭାବେ ମଧ୍ୟ କୁହାଯାଏ। ଢେଙ୍କାନାଳ ମଗଜି ଏକ ପ୍ରକାର ମିଠା ଲଡ଼ୁ। ଭୁବନ, ମନ୍ଦାର, କାଶିପୁର, ଗୋନ୍ଦିଆ, ଦେଓଗାଁ, ଢେଙ୍କାନାଳ ସହରରେ ଏହା ପ୍ରାୟତଃ ଦେଖିବାକୁ ମିଳେ। ୧୦୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହା ସେଠାରେ ପ୍ରସ୍ତୁତ କରାଯାଉଛି।
    ଜିଆଇ ଏକ୍ସପର୍ଟ ଡ. ଅନିତା ସାବତ କହିଛନ୍ତି, ଓଡ଼ିଶାର ଆହୁରି ଅନେକ ଉତ୍ପାଦ ପାଇଁ କ୍ଷମତା ରହିଛି। ସଠିକ୍‌ ତଥ୍ୟ ଦେଇ ଜିଆ ଆବେଦନ କରିବା ଆବଶ୍ୟକ। ଜିଆଣ ମାନ୍ୟତା ପ୍ରାପ୍ତ ଦ୍ରବ୍ୟଗୁଡ଼ିକ ଦୋକାନଗୁଡ଼ିକେ ଯେତେ ମାତ୍ରାରେ ଉପଲବ୍ଧ ହେବ ସେତେ ଭଲ। ଜିଆ ଆମ ଗର୍ବ ଓ ପରିଚୟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.9 ° C
    25.9 °
    25.9 °
    82 %
    0.9kmh
    11 %
    Mon
    26 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ