Tuesday, March 24, 2026
22.9 C
Odisha

    କ’ଣ ରାହୁଲ ଗାନ୍ଧୀ ଏମଏସପିର ସଂପୂର୍ଣ୍ଣ ଅର୍ଥ ଜାଣିଛନ୍ତି : ଅମିତ ଶାହା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୃଷକଙ୍କ ସ୍ୱାର୍ଥକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ ସେ ଏମଏସପିର ସମ୍ପୂର୍ଣ୍ଣ ଅର୍ଥ ଜାଣିଛନ୍ତି କି? ସେ ଆହୁରି ମଧ୍ୟ କହିଛନ୍ତି ଯେ ହରିୟାଣାର ବିଜେପି ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ରେ ୨୪ଟି ଫସଲ କିଣୁଛନ୍ତି। ରେଓ୍ଵାରିରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଅମିତ ଶାହା ଦୁର୍ନୀତି ଓ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କୃଷକଙ୍କ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ସମାଲୋଚନା କରି ସେ ଦାବି କରିଛନ୍ତି ଯେ କିଛି ଏନଜିଓ ରାହୁଲ ‘ବାବା’ଙ୍କୁ କହିଛନ୍ତି ଯେ ସେ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ନାମରେ ଭୋଟ୍ ପାଇବେ। ସେ ପଚାରିଲେ, ରାହୁଲ ବାବା, ଆପଣ ଏମଏସପିର ପୁରା ରୂପ ଜାଣନ୍ତି କି? ଆପଣ ମଧ୍ୟ ଜାଣନ୍ତି କି ରବି ଋତୁରେ କେଉଁ ଫସଲ ଚାଷ କରାଯାଏ ଏବଂ ଖରିଫ ଋତୁରେ କେଉଁଟି ଚାଷ କରାଯାଏ?

    ଗୃହମନ୍ତ୍ରୀ କହିଛନ୍ତି ଯେ ହରିୟାଣାର ବିଜେପି ସରକାର ଏମଏସପିରେ ୨୪ଟି ଫସଲ କିଣୁଛନ୍ତି । କେଉଁ କଂଗ୍ରେସ ଶାସିତ ରାଜ୍ୟ ଏତେ ପରିମାଣର ଫସଲ କ୍ରୟ କରୁଛି ତାହା ପ୍ରକାଶ କରିବାକୁ ସେ ହରିୟାଣାର କଂଗ୍ରେସ ନେତାମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଏମଏସପିରେ କେତେ ଫସଲ କିଣାଯାଉଛି ବୋଲି ଶାହା ପ୍ରଶ୍ନ କରିଛନ୍ତି। କଂଗ୍ରେସ ଶାସନ ସମୟରେ ଧାନ କୁଇଣ୍ଟାଲ ପିଛା ୧୩୦୦ ଟଙ୍କାରେ କିଣାଯାଉଥିଲା, କିନ୍ତୁ ଏବେ ଏହା କୁଇଣ୍ଟାଲ ପିଛା ୨୩୦୦ ଟଙ୍କାରେ କିଣାଯାଉଛି ଏବଂ ଯଦି ଆପଣ ହରିୟାଣାରେ ବିଜେପି ସରକାରକୁ ନିର୍ବାଚିତ କରନ୍ତି ତେବେ ଆମେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    44 %
    1.8kmh
    0 %
    Mon
    23 °
    Tue
    35 °
    Wed
    37 °
    Thu
    38 °
    Fri
    40 °

    ସମ୍ବନ୍ଧିତ