Sunday, March 22, 2026
32 C
Odisha

    ଓଡିଶା କ୍ୟାଡର ଆଇପିଏସ ଅଧିକାରୀଙ୍କୁ ସିଆରପିଏଫର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୧୯୮୯ ବ୍ୟାଚ୍ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀ ଅମୃତ ମୋହନ ପ୍ରସାଦଙ୍କୁ ସିଆରପିଏଫ (ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ) ର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି।କ୍ୟାବିନେଟର ନିଯୁକ୍ତି କମିଟି ଅମୃତ ମୋହନ ପ୍ରସାଦଙ୍କୁ ସିଆରପିଏଫର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିବାକୁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରିଛି ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ଅମୃତ ମୋହନ ପ୍ରସାଦ ଅଗଷ୍ଟ, ୨୦୨୫ ଯାଏଁ ଏହି ପଦବୀରେ ରହିବେ | ଉଲ୍ଲେଖ ଥାଉ କି ଗତକାଲି କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ତଥା ବିଏସ୍‌ଏଫ୍‌ର ସ୍ବତନ୍ତ୍ର ଡିଜି ୱାଇ ବି ଖୁରାନିଆଙ୍କୁ କେନ୍ଦ୍ର ସରକାର ତାଙ୍କର ମୂଳ କ୍ୟାଡରକୁ ଫେରାଇଦେଇଥିଲେ | କେବଳ ଶ୍ରୀ ଖୁରାନିଆ ନୁହଁନ୍ତି, ବିଏସ୍‌ଏଫ୍‌ ଡିଜି ନୀତିନ ଅଗ୍ରୱାଲଙ୍କୁ ମଧ୍ୟ କେନ୍ଦ୍ର ସରକାର ତାଙ୍କ ମୂଳ କ୍ୟାଡର୍‌ କେରଳକୁ ପଠାଇ ଦେଇଥିଲେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସଂପ୍ରତି ଜମ୍ମୁ ସୀମାରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଣୁ ବିଏସ୍‌ଏଫ୍‌ର ଏହି ଦୁଇ ସର୍ବୋଚ୍ଚ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ସେମାନଙ୍କ ଡେପୁଟେସନ୍‌ ଅବଧି ସରିବା ପୂର୍ବରୁ ନିଜ ନିଜ ମୂଳ କ୍ୟାଡର୍‌କୁ ଫେରାଇ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ