Sunday, September 20, 2026
28.5 C
Odisha

    ୨୩ ତାରିଖରେ ଆଉ ଏକ ଲଘୁଚାପ

    ଆଗକୁ ପଢନ୍ତୁ

    ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା। ବିଶେଷ କରି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଂଟାରେ ମାଲକାନଗିରି ଚିତ୍ରକୋଣ୍ଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଦକ୍ଷିଣ ଓଡ଼ିଶାକୁ ବର୍ଷା ଉବୁଟୁବୁ କରିଥିବା ବେଳେ ଆଉ ୩ ଦିନ ପରେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ।

    ବଙ୍ଗୋପସାଗରରେ ସକ୍ରିୟ ଅବପାତ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସହ ୧୨ ଘଂଟା ମଧ୍ୟରେ ଏହା କ୍ରମଶଃ ଦୁର୍ବଳ ହେବ। ହେଲେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଜାରି ରହିଥିବାରୁ ତଳିଆ ଅଂଚଳରେ ପାଣି ପଶିଛି। ଆସନ୍ତାକାଲି ସକାଳ ପର୍ୟ୍ୟନ୍ତ ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ଗଂଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣି ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ସେହିପରି ପ୍ରବଳ ବର୍ଷା ଆଶଙ୍କା ଥିବା କନ୍ଧାମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଗତ ୨୪ ଘଂଟାରେ ମାଲକାନଗିରି ଚିତ୍ରକୋଣ୍ଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଦକ୍ଷିଣ ଓଡ଼ିଶାକୁ ବର୍ଷା ଉବୁଟୁବୁ କରିଥିବା ବେଳେ ଆଉ ୩ ଦିନ ପରେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏପରିକି ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    2.1kmh
    70 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ