Tuesday, September 29, 2026
23.6 C
Odisha

    ଅନୁପମାଙ୍କ ଏହି ଭିଡିଓକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କଲେ ପ୍ରଧାନମନ୍ତ୍ରୀ; ମୋଦୀଙ୍କୁ ପ୍ରଶଂସାରେ‌ ପୋତିଦେଲେ ରୁପାଲି

    ଆଗକୁ ପଢନ୍ତୁ

    ମୁମ୍ବାଇ: ଅଭିନେତ୍ରୀ ରୁପାଲି ଗାଙ୍ଗୁଲିଙ୍କୁ ‘ଷ୍ଟାର୍‌ପ୍ଲସ୍‌’ରେ ପ୍ରସାରିତ ହେଉଥିବା ‘ଅନୁପମା’ ଧାରାବାହିକ ଏକ ନୂଆ ପରିଚୟ ଦେଇଛି। ଏହି ଧାରାବାହିକରେ ରୁପାଲି ଘରେ ଘରେ ପରିଚିତ ହୋଇଛନ୍ତି। ଏପରିକି ତାଙ୍କ ଚରିତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ପସନ୍ଦ ଆସିଥିବା କଥା ଆପଣ ଜାଣିଥିବେ। ଏପରିକି ଥରେ ମୋଦୀ ସୋସିଆଲ ମିଡିଆରେ ‘ଅନୁପମା’ କଳାକାରମାନେ ମିଶି କରିଥିବା ‘ଭୋକାଲ୍‌ ଫର୍‌ ଲୋକାଲ୍’ ଅଭିଯାନର ଏକ ଭିଡିଓକୁ ତାଙ୍କ ଟ୍ବିଟର୍‌ରେ ସେୟାର କରିଥିଲେ। ଯାହାକୁ ଜାଣିବା ପରେ ଖୁବ୍ ଖୁସି ହୋଇ ଯାଇଥିଲେ ରୁପାଲି।ନିକଟରେ ଏକ ସାକ୍ଷାତକାରରେ ରୁପାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ପ୍ରଶଂସା କରିଛନ୍ତି। ତାଙ୍କୁ ନିଜର ହିରୋ ବୋଲି କହିଛନ୍ତି। ଟିଭି ସୋ’ ‘ଅନୁପମା’ ରୁପାଲି ଗାଙ୍ଗୁଲିଙ୍କୁ ସମସ୍ତଙ୍କର ପ୍ରିୟ କରିପାରିଛି। ୨୦୨୦ ମସିହାରେ ଆରମ୍ଭ ହୋଇଥିବା ଏହି ଟିଭି ସୋ ମାଧ୍ୟମରେ ରୁପାଲି ସାଧାରଣ ଭାରତୀୟ ମହିଳାଙ୍କ ଭାବମୂର୍ତ୍ତିକୁ ପୂରା ପୂରି ଭାବେ ବଦଳାଇ ଦେଇଛନ୍ତି। ରୁପାଲିଙ୍କ ସୋ’ ଦୀର୍ଘ ସମୟ ଧରି ଟିଭିରେ ଏକ ନମ୍ବର ସୋ’ ହୋଇ ରହିିଛି।ସେ ମୋଦୀଙ୍କ ପ୍ରଶଂସା କରି କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଷ୍ଟାର୍‌। ସେ ଦେଶକୁ ନୂତନ ଉଚ୍ଚତାକୁ ନେଇଛନ୍ତି। ମୁଁ ତାଙ୍କ ଦେଶର ନାଗରିକ ଭାବେ ନିଜକୁ ଗର୍ବିତ ଅନୁଭବ କରେ। ସେ ମୋ ହିରୋ।’’

    ରୁପାଲି ଆହୁରି ବି କହିଛନ୍ତି ଯେ ‘ଭୋକାଲ୍‌ ଫର୍‌ ଲୋକାଲ୍’ ଅଭିଯାନର ଅଂଶ ହୋଇ ସେ ଖୁବ ଉତ୍ସାହିତ ଅଛନ୍ତି। ମୋଦୀ ତାଙ୍କ ଭିଡିଓକୁ ନିଜ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି ବୋଲି ଜାଣିବା ପରେ ସେ ଖୁସିରେ ପାଗେଳୀ ହୋଇ ଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ