Tuesday, September 29, 2026
23.6 C
Odisha

    ମେଡିକାଲ ଛାତ୍ରୀଛାତ୍ରଙ୍କ ପାଇଁ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କଲେ ଓଡ଼ିଶା ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବଢିଲା ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ। ଷ୍ଟାଇପେଣ୍ଡ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି। ଡି.ଫାର୍ମା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୨୫୦ରୁ ୫୦୦ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଏଏନଏମଙ୍କ ଷ୍ଟାଇପେଣ୍ଡ ୧ ହଜାରରୁ ୨ହଜାର, ବିଏସସି ନର୍ସିଂ(ଇଣ୍ଟର୍ନସିପ) ଷ୍ଟାଇପେଣ୍ଡ ୨୫୦୦ରୁ ୫ହଜାର, ଏମ.ଫିଲ୍ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୭ହଜାରରୁ ୧୦ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

    5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏମକେସିଜି ଗସ୍ତ କରିଥିବା ସମୟରେ ମେଡିକାଲ ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। 5T ଅଧ୍ୟକ୍ଷଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଷ୍ଟାଇପେଣ୍ଡ ବୃଦ୍ଧି, ରୋଗୀ ସେବା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଛାତ୍ରମାନେ ନିମ୍ନଲିଖିତ ପଦ୍ଧତିରେ ପ୍ରତିମାସରେ ଷ୍ଟାଇପେଣ୍ଡ ପାଇବେ। ଡି.ଫାର୍ମା- ୫୦୦ ଟଙ୍କା, ଏଏନଏମ- ୨୦୦୦ ଟଙ୍କା, ବିଏସସି (ଏନ୍) ଇଣ୍ଟର୍ନସିପ୍ ପାଇଁ ୫୦୦୦ ଟଙ୍କା, କ୍ଲିନିକାଲ ସାଇକୋଲୋଜି (ଏମଫିଲ୍) – ୧୦,୦୦୦ ଟଙ୍କା, ସାଇକାଟ୍ରିକ୍ ସୋସିଆଲ ୱାର୍କ (ଏମ୍.ଫିଲ୍) – ୧୦,୦୦୦ ଟଙ୍କା।

    ଉପରୋକ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ଡି.ଫାର୍ମା ପାଇଁ ମାସିକ ୨୫୦/- ଟଙ୍କା, ଏଏନଏମ ପାଇଁ ୧୦୦୦/- ଟଙ୍କା, ବିଏସସି(ଏନ) ଇଣ୍ଟର୍ନସିପ୍ ପାଇଁ ୨୫୦୦/- ଟଙ୍କା, କ୍ଲିନିକାଲ ସାଇକୋଲୋଜିରେ ଏମ ଫିଲ୍ ପାଇଁ ୭୦୦୦/- ଟଙ୍କା ଏବଂ ମାନସିକ ସାମାଜିକ କାର୍ୟ୍ୟରେ ଏମଫିଲ୍ ପାଇଁ ୭୦୦୦/- ଟଙ୍କା ହିସାବରେ ଷ୍ଟାଇପେଣ୍ଡ ରାଶି ପ୍ରଦାନ କରାଯାଉଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ