Wednesday, October 7, 2026
30.3 C
Odisha

    ଏହି କାରଣରୁ ବିରାଟଙ୍କ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଅନୁଷ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗତ କିଛି ମାସ ହେବ ଚର୍ଚ୍ଚାରେ ଅଛନ୍ତି। ପୁଅ ଅକାୟ କୋହଲିଙ୍କୁ ଜନ୍ମ ଦେବା ଦିନଠାରୁ ଅଭିନେତ୍ରୀ ଲାଇମଲାଇଟରେ ଅଛନ୍ତି। ଲଣ୍ଡନରେ ପୁଅର ଜନ୍ମ ପରେ ଅଭିନେତ୍ରୀ ଏବେ ଭାରତ ଫେରିଛନ୍ତି। ଗତକାଲି ଅଭିନେତ୍ରୀ ତାଙ୍କର ୩୬ତମ ଜନ୍ମଦିନ ପାଳନ କରିଥିଲେ। ଏହି ବିଶେଷ ଅବସରରେ ସ୍ୱାମୀ ବିରାଟ କୋହଲି ଅନୁଷ୍କାଙ୍କ ସୁନ୍ଦର ଫଟୋ ପୋଷ୍ଟ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଥିଲେ। ଏହି ପୋଷ୍ଟଟି ଭାଇରାଲ ହୋଇଥିବା ବେଳେ ଏବେ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଅନୁଷ୍କା, ବିରାଟଙ୍କ ପୋଷାକ ପିନ୍ଧନ୍ତି ବୋଲି କହୁଛନ୍ତି।ଭୋଗ୍ ମାଗାଜିନକୁ ଦେଇଥିବା ଏକ ସାକ୍ଷାତକାରରେ ଅନୁଷ୍କା ଶର୍ମା କହିଥିଲେ ଯେ ବେଳେବେଳେ ସେ ବିରାଟ କୋହଲିଙ୍କ ପୋଷାକ ପିନ୍ଧନ୍ତି ଏବଂ ଏହା ଅତ୍ୟନ୍ତ ସ୍ୱତନ୍ତ୍ର ଅନୁଭବ ଦିଏ। କେବେ କେବେ ଟି-ସାର୍ଟ ଓ କେବେ କେବେ ମୁଁ ତାଙ୍କ ଜ୍ୟାକେଟ୍ ନେଇ ପିନ୍ଧେ। ମୁଁ ଏଭଳି କରେ କାରଣ ବିରାଟ ଏହାକୁ ପସନ୍ଦ କରନ୍ତି। ତାଙ୍କ ପୋଷାକ ମୁଁ ପିନ୍ଧିଲେ ସେ ଖୁସି ହୋଇଥାନ୍ତି।

    ଅନୁଷ୍କା ଶର୍ମାଙ୍କ ପେସାଦାର ଜୀବନ କଥା କହିବାକୁ ଗଲେ ସେ ଖୁବ ଶୀଘ୍ର ଝୁଲଣ ଗୋସ୍ୱାମୀଙ୍କ ବାୟୋପିକ୍ ଚକଦା ଏକ୍ସପ୍ରେସରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଦୀର୍ଘ ଦିନ ହେଲାଣି ଚର୍ଚ୍ଚାରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ