Friday, September 18, 2026
25.4 C
Odisha

    ଅନ୍ତର୍ଜାତୀୟ ଡିଜାଇନ୍‌ ପ୍ରତିଯୋଗିତାରେ ଚମକିଲେ ଆରାଧନା

    ଆଗକୁ ପଢନ୍ତୁ

    ରାଉରକେଲା: ଅନ୍ତର୍ଜାତୀୟ ଡିଜାଇନ୍‌ ପ୍ରତିଯୋଗିତାରେ ଚମକିଛନ୍ତି ରାଉରକେଲାର ଛାତ୍ରୀ ଆରାଧନ ସାହୁ। ଆରାଧନା ଲଣ୍ଡନରେ ଅନୁଷ୍ଠିତ ‘ସୋସାଇଟି ଅଫ୍ ଡାୟର୍ସ ଆଣ୍ଡ୍‌ କଲରିଷ୍ଟ’(ଏସ୍‌ଡିସି) ଆନ୍ତର୍ଜାତୀୟ ଡିଜାଇନ ପ୍ରତିଯୋଗିତାରେ ତୃତୀୟ ପୁରସ୍କାର ହାସଲ କରିଛନ୍ତି। ‘ଉତ୍କର୍ଷତା ପାଇଁ ରଙ୍ଗ’ ବିଷୟବସ୍ତୁ ଉପରେ ସେ ଆକର୍ଷଣୀୟ ଡିଜାଇନ ପ୍ରସ୍ତୁତ କରିଥିଲେ। ଉଲ୍ଲେଖଯୋଗ୍ୟ, ଆରାଧାନ ହେଉଛନ୍ତି ରାଉରକେଲା ଇସ୍ପାତ କାରଖାନାର ଏଫ୍‌ଏମ୍‌(ଏମ୍‌) ବିଭାଗର ମାଷ୍ଟର ଅପରେଟର ପ୍ରଦୀପ୍ତ କୁମାର ସାହୁ ଓ ମଞ୍ଜୁଲତା ସାହୁଙ୍କ ଝିଅ। ସେ ସେକ୍ଟର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ବର୍ତ୍ତମାନ ପୁନେସ୍ଥିତ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜିରେ ଡିଜାଇନ୍ ପାଠ୍ୟକ୍ରମରେ ସ୍ନାତକ ଶିକ୍ଷା ଅଧ୍ୟୟନ କରୁଛନ୍ତି। ଭାରତରେ ଅନୁଷ୍ଠିତ ଆଞ୍ଚଳିକ ହିଟ୍‌ ବିଜେତା ହୋଇ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ।

    ଆରାଧନା ଟେକ୍ସଟାଇଲ୍ ଯୋଗାଣ ଶୃଙ୍ଖଳରେ ସ୍ଥାୟିତ୍ଵର ଆହ୍ବାନର ସମାଧାନ ଉପରେ ଏକ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ବିଭିନ୍ନ ପ୍ରକାର ପ୍ରଲେପ କଳାକୌଶଳ ପ୍ରୟୋଗ କରି ପରିତ୍ୟକ୍ତ ଓ ଅବଶିଷ୍ଟ ବର୍ଜ୍ୟବସ୍ତୁକୁ ଆକର୍ଷଣୀୟ ସାମଗ୍ରୀରେ ରୂପାନ୍ତର କରିଥିଲେ। ତାଙ୍କ ଡିଜାଇନ୍‌ର ବିବିଧ ଉପଯୋଗିତା ପ୍ରତିପାଦିତ ହୋଇଛି, ଯେଉଁଥିରେ ଶିଳ୍ପ, ଜୀବନଶୈଳୀ, ଆସେସୋରିଜ୍ ଓ ଅଟୋମୋଟିଭର ବ୍ୟାପକ ଉପଯୋଗୀତାର କଳାକୃତି ଆଦି ଅନ୍ତର୍ଭୁକ୍ତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    87 %
    1.2kmh
    100 %
    Fri
    25 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ