Friday, October 16, 2026
28.4 C
Odisha

    ଜଙ୍ଗଲରେ ଗଣଦୁଷ୍କର୍ମ ମାମଲା: ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

    ଆଗକୁ ପଢନ୍ତୁ

    ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ବନମାଲିପୁରସ୍ଥିତ ଜାରିଂ ଜଙ୍ଗଲରେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ଆଜି ୫ ବର୍ଷ ପରେ ରାୟ ପ୍ରକାଶ ପାଇଛି। ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ସହିତ କୋର୍ଟ ଏହି ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ମାମଲାର ବିବରଣୀରୁ ଜଣାଯାଏ ୨୦୧୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ଧର୍ମଗଡ଼ ଥାନା ଅନ୍ତର୍ଗତ ପର୍ଲା ଗ୍ରାମର ଲଳିନ୍ଦ୍ର ଶବର ରାସ୍ତାରେ ଯାଉଥିବା ଜଣେ ଝିଅଙ୍କୁ ତାଙ୍କ ଗାଁରେ ଛାଡ଼ି ଦେବ କହି ଏକ ବାଇକ୍‌ରେ ନେଇଥିଲେ। କିନ୍ତୁ ସେ ଝିଅର ଗାଁକୁ ନନେଇ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳିପୁରସ୍ଥିତ ଜାରିଂ ସଂରକ୍ଷଣ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ପରେ ସେଠାରେ ଲୁଚି ରହିଥିବା ଅନ୍ୟ ୫ ଜଣ ଯୁବକ ଛୁରୀ ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।

    ସେତେବେଳେ ଏହି ଘଟଣା ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚିତ ଖବରର ଶିରୋନାମା ପାଲଟିଥିଲା। ଆଜି ଏହି ଘଟଣାର ରାୟ ପ୍ରକାଶ କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଲଳିନ୍ଦ୍ର ଶବର, ଲାବଣ୍ୟ ଛତ୍ରିଆ, ଅନିରୁଦ୍ଧ ଛତ୍ରିଆ, ପ୍ରକାଶ ନାଇକ୍, ଶାନ୍ତ ନାଏକ ଓ ଅମିତ୍ ନାଏକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭିଡିଓ ଭାଇରାଲ କରିଥିବା ସ୍ବୟମ୍ବର ବାଗ, ବିନୋଦ ନାଏକ, ଓ ଟିକେମନ ପୋଢ଼ଙ୍କୁ ଖଲାସ କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ