Tuesday, March 24, 2026
29.2 C
Odisha

    ମଝି ପଡ଼ିଆରେ ଧୋନିଙ୍କୁ ଧମକାଇଲେ ଆଶିଷ: ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

    ଆଗକୁ ପଢନ୍ତୁ

    କୋଲକାତା: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ‘କ୍ୟାପଟେନ କୁଲ’ କୁହାଯାଇଥାଏ। ଧୋନି ପଡ଼ିଆରେ ବହୁତ ଥଣ୍ଡା ମିଜାଜର ଥାନ୍ତି। ଆଜି ପର୍ଯ୍ୟନ୍ତ ଧୋନି କୌଣସି ଖେଳାଳିଙ୍କ ସହ ପଡ଼ିଆରେ ଝଗଡ଼଼ା କରୁଥିବା ଦେଖାଯାଇ ନାହିଁ।

    କିନ୍ତୁ ଏକ ମ୍ୟାଚ ସମୟରେ ପୂର୍ବତନ ଭାରତୀୟ ଦଳର ଦ୍ରୁତ ବୋଲର ଆଶିଷ ନେହେରା ଧୋନିଙ୍କୁ ମଝି ପଡ଼ିଆରେ ଦୁର୍ବ୍ୟବହାର କରିବା ସହିତ ଧମକ ଦେଇଥିବାର ଦେଖିବାକୁ ମିଳିଥିଲା। ଯଦିଓ ସେହି ସମୟରେ ଧୋନି ଟିମ ଇଣ୍ଡିଆର ଅଧିନାୟକ ହୋଇ ନ ଥିଲେ।

    ୨୦୦୫ ମସିହାରେ ପାକିସ୍ତାନ ଦଳ ଭାରତ ଗସ୍ତରେ ଥିଲା। ଉଭୟ ଦଳ ମଧ୍ୟରେ ଏକଦିବସୀୟ ସିରିଜ ଖେଳାଯାଇଥିଲା। ଏହି ସିରିଜର ଏକ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ ହରାଇ ୩୧୫ ରନ କରିଥିଲା। ଏହି ମ୍ୟାଚରେ ସଚିନ ତେନ୍ଦୁଲକର ଭାରତ ପାଇଁ ଏକ ଚମତ୍କାର ଶତକ ଖେଳିଥିଲେ। ସଚିନ ୧୨୩ ରନ ସଂଗ୍ରହ କରିଥିଲେ। ଏହା ପରେ ସହିଦ ଆଫ୍ରିଦି ଏବଂ ସଲମାନ ବଟ ପାକିସ୍ତାନ ପାଇଁ ଇନିଂସ ଆରମ୍ଭ କରିବାକୁ ଆସିଥିଲେ।
    ଯେତେବେଳେ ଆଶିଷ ନେହେରା ଭାରତ ପାଇଁ ବୋଲିଂ କରୁଥିଲେ, ସେତେବେଳେ ତାଙ୍କର ଗୋଟିଏ ବଲରେ ଆଫ୍ରିଦିଙ୍କ କ୍ୟାଚକୁ ଏମଏସ ଧୋନିଙ୍କ ଧରି ପାରି ନ ଥିଲେ। ଏହା ପରେ ନେହେରା ବହୁତ ରାଗିଯାଇ ଧୋନିଙ୍କୁ ମଝି ପଡ଼ିଆରେ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ସେତେବେଳେ ପାକିସ୍ତାନର ସ୍ଖୋର ୨୨ ରନ ଥିଲା। ତେବେ ନେହେରାଙ୍କ କ୍ରୋଧ ପରେ ଧୋନି କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲେ ଏବଂ ସେ ସେତେବେଳେ ମଧ୍ୟ ଶାନ୍ତ ରହିଥିଲେ।
    ଏବେ ନେହେରାଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ମ୍ୟାଚରେ ସହିଦ ଆଫ୍ରିଦି ୨୩ ବଲରେ ୪୦ ରନର ଦ୍ରୁତ ଇନିଂସ ଖେଳିଥିଲେ। ଆଶିଷ ନେହେରା ଏହି ମ୍ୟାଚରେ ଗୋଟିଏ ବି ସଫଳତା ହାସଲ କରି ନ ଥିଲେ। ଏହି ମ୍ୟାଚକୁ ପାକିସ୍ତାନ ୩ ୱିକେଟରେ ଜିତି ନେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    24 %
    0.5kmh
    0 %
    Tue
    31 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ