Sunday, April 5, 2026
28 C
Odisha

    ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାର ସହଯୋଗୀ ଝୁନା ଭୋଇକୁ ମିଳିଲା ଅନ୍ତରୀଣ ଜାମିନ

    ଆଗକୁ ପଢନ୍ତୁ

    ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ଅପହରଣ  ଓ ହତ୍ୟା ମାମଲାର ଅଭିଯୁକ୍ତା  ଶର୍ମିଷ୍ଠା ରାଉତର ଅନ୍ୟତମ ସହଯୋଗୀ ଝୁନା ଭୋଇକୁ ଅନ୍ତରୀଣ ଜାମିନ ମିଳିଛି। ନିଜର ପିତାଙ୍କର ଶାରୀରିକ ଅସୁସ୍ଥତା ଦର୍ଶାଇ ସେ ଓଡିଶା ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ କ୍ରମେ ଏକ ମାସ ପାଇଁ ଜାମିନରେ ଯାଇଛନ୍ତି। ତେବେ ସେ ଆସନ୍ତା ଜୁଲାଇ ମାସ ୨୭ ତାରିଖରେ ଭଦ୍ରକ ଜିଲ୍ଲା ଜଜଙ୍କ କୋର୍ଟରେ ଆତ୍ମସମର୍ପଣ କରିବେ। ଏଥି ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଆଜି ନିଜର ଜାମିନଦାର ଦେଇ  ଭଦ୍ରକ ଜେଲରୁ ମୁକୁଳିଛନ୍ତି। ଏହି ହାଇ ପ୍ରୋଫାଇଲ ଅପହରଣ ହତ୍ୟାକାଣ୍ଡ ଘଟଣାର ତଦନ୍ତ ରାଜ୍ୟ କ୍ରାଇମବ୍ରାଞ୍ଚ କରୁଥିବା ବେଳେ  ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତ, ତାର ସହଯୋଗୀ ଝୁନା ଭୋଇ, ରାଜ ଓରଫ ରଞ୍ଜନ ନାୟକ ଓ ଅବସରପ୍ରାପ୍ତ ରାଜ୍ୟ ମୁଖ୍ୟ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ  ନିରଞ୍ଜନ ସେଠୀ ପ୍ରମୁଖଙ୍କୁ ଗିରଫ କରିଥିଲା।  ଏବେ ସେମାନେ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରେ ବିଚାରାଧୀନ ବନ୍ଦୀ ଭାବେ ଅଟକ ଅଛନ୍ତି। ଏହି  ମାମାଲାଟି ଭଦ୍ରକ ଜିଲ୍ଲା ଜଜ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆଦାଲତରେ ବିଚାରାଧୀନ ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    51 %
    2.6kmh
    33 %
    Sun
    30 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ