Wednesday, March 18, 2026
23.6 C
Odisha

    ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ, ୧୨ ଆହତ

    ଆଗକୁ ପଢନ୍ତୁ

    ଶ୍ରୀନଗର : ଜମ୍ମୁ-କଶ୍ମୀରରେ ପୁଣି ବଢିବାରେ ଲାଗିଛି ଆତଙ୍କବାଦୀ ଆକ୍ରମଣ । ରବିବାର ଶ୍ରୀନଗରରେ ଏକ ବଡ଼ ଗ୍ରେନେଡ୍ ଆକ୍ରମଣ ହୋଇଛି। ସହରର ଅଲ୍ ଇଣ୍ଡିଆ ରେଡିଓ ଷ୍ଟେସନ ବାହାରେ ଥିବା ଟୁରିଷ୍ଟ ରିସେପ୍ସନ୍ ସେଣ୍ଟର ନିକଟରେ ଏହି ଆକ୍ରମଣ ହୋଇଥିଲା । ପ୍ରାଥମିକ ସୂଚନା ଅନୁଯାୟୀ ଏହି ଆକ୍ରମଣରେ ଅତି କମରେ ୧୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।
    ପ୍ରତି ରବିବାର ଶ୍ରୀନଗରର ଲାଲ ଛକରେ ସାପ୍ତାହିକ ବଜାର ଆୟୋଜନ କରାଯାଏ, ଯେଉଁଥିରେ ବହୁ ସଂଖ୍ୟକ ଲୋକ ଏକାଠି ହୁଅନ୍ତି ।ଏହି ବଜାରର ଜନଗହଳିପୂର୍ଣ୍ଣ ଟୁରିଷ୍ଟ ରିସେପ୍ସନ୍ ସେଣ୍ଟର (ଟିଆରସି) ନିକଟରେ ଆତଙ୍କବାଦୀମାନେ ଗ୍ରେନେଡ୍ ଫିଙ୍ଗିଥିଲେ। ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ଦୋକାନୀମାନେ ପ୍ରାଣ ବିକଳରେ ଏଣେତେଣେ ପଳାଇବାକୁ ବାଧ୍ୟ ହୋଇଥିଲେ ।

    ଏହି ଆକ୍ରମଣରେ ଆହତମାନଙ୍କୁ ଶ୍ରୀ ମହାରାଜା ହରି ସିଂହ ହସ୍ପିଟାଲ (ଏସ୍ଏମ୍ଏଚ୍ଏସ୍)ରେ ଭର୍ତ୍ତି କରାଯାଇଛି। ମେଡିକାଲର ଅଧୀକ୍ଷକ ଡାକ୍ତର ତସନିମ୍ ଶୌକତ କହିଛନ୍ତି, ଆହତଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଏହି ଆକ୍ରମଣ ପରେ ତଦନ୍ତ ପାଇଁ କଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ମୁତୟନ କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ