Wednesday, April 1, 2026
30.8 C
Odisha

    ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଅତିଶୀ

    ଆଗକୁ ପଢନ୍ତୁ

    ନୂଆଦିଳ୍ଲୀ: ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ବିରିଷ୍ଠ ନେତ୍ରୀ ଅତିଶୀ। ୫ ଜଣ ବିଧାୟକଙ୍କ ସହ ନୂତନ ମନ୍ତ୍ରୀ ପରିଷଦର ଅଂଶ ଭାବେ ଶପଥ ଗ୍ରହଣ କରି ସେ ବନିଯିବେ ଦିଲ୍ଲୀର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ।

    ଅପରାହ୍ନ ୪.୩୦ ସମୟରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଅତିଶୀଙ୍କ ସହ ଆପ୍‌ର ବରିଷ୍ଠ‌ ନେତ‌େ ଗୋପାଳ ରାୟ, କୈଳାସ ଗେହଲଟ୍‌, ସୌରଭ ଭରଦ୍ବାଜ ଓ ଇମ୍ରାନ ହୁସେନ ଆଦି ମନ୍ତ୍ରୀ ଭାବେ ଶପଥ ନେ‌ବେ।

    ଦିଲ୍ଲୀ କ୍ୟାବିନେଟରେ ଜଣେ ନୂଆ ମୁହଁକୁ ବି ଦେଖିବାକୁ ମିଳିବ। ସେ ହେଉଛନ୍ତି ସୁଲତାନପୁର ମଜ୍ରାର ପ୍ରଥମ ଥର ପାଇଁ ବିଧାୟକ ଏବଂ ଆପର ଦଲିତ ଚେହେରା ମୁକେଶ ଅହଲୱାଟ।

    ବିଦାୟୀ କେଜ୍ରିୱାଲ ସରକାରରେ ଆତିଶି ଅର୍ଥ, ରାଜସ୍ୱ, ପୂର୍ତ୍ତ, ଶକ୍ତି ଏବଂ ଶିକ୍ଷା ସମେତ ୧୩ଟି ପ୍ରମୁଖ ଦାୟିତ୍ବ ସମ୍ଭାଳିଥିଲେ। ମଙ୍ଗଳବାର ଦିନ ଆପ୍‌ର ଦଳୀୟ ବୈଠକରେ ସର୍ବସମ୍ମତି କ୍ରମେ ଅରବିନ୍ଦ କେଜ୍ରିୱାଲ ଏହି ପଦରୁ ଇସ୍ତଫା ଦେଇ ଅତିଶୀଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଛନ୍ତି।

    ଦିଲ୍ଲୀର ମଦ ନୀତି ଦୁର୍ନୀତି ସହ ଜଡିତ ଏକ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବାର କିଛି ଦିନ ପରେ ଆପ୍‌ ମୁଖ୍ୟଙ୍କ ଏହି ପଦକ୍ଷେପ ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ