Wednesday, March 25, 2026
37 C
Odisha

    ଏକାମ୍ର ନିର୍ବାଚନ ମଣ୍ଡଳୀରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ବିଧାୟକ ବାବୁ ସିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୧୭/୦୭:ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବାବୁ ସିଂ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ସେ ଆଜି ଏକା ସାଙ୍ଗରେ ଏକାମ୍ର ର ବିଭିନ୍ନ ୱାର୍ଡ଼ ଓ ପଞ୍ଚାୟତ ରେ ବୃକ୍ଷ ରୋପଣ କରିଥିଲେ। ବୃକ୍ଷ ରୋପଣ ପାଇଁ ଏକ ଲିପଲେଟ୍ ବାଣ୍ଟିବା ସହିତ ଏକ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ଏଥିରେ ଯୋଗା ଯୋଗ କଲେ ନିଜର ଫାଙ୍କା ଥିବା ଜାଗାରେ ବୃକ୍ଷ ରୋପଣ ନିମନ୍ତେ ଚାରା ଯୋଗାଇବା ସହିତ ଟ୍ରି ଗାଡ଼ ମଧ୍ୟ ଯୋଗାଇ ଦିଆଯିବ। ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ,ପ୍ରିୟ ବନ୍ଧୁଗଣ “ମାଆ ପାଇଁ ଗଛଟିଏ” ଅଭିଯାନ ଦ୍ୱାରା ପ୍ରକୃତି ସହିତ ମାତୃତ୍ୱର ଅବିଶ୍ୱାସନୀୟ ବନ୍ଧନକୁ ପାଳନ କରିବାରେ ଆମ ସହିତ ଯୋଗ ଦିଅନ୍ତୁ।ଆସନ୍ତୁ ସେମାନଙ୍କ ନାମରେ ଏକ ଗଛ ଲଗାଇ ଆମ ମାଆ ମାନଙ୍କୁ ସମ୍ମାନିତ କରିବା।ମିଳିତ ଭାବରେ, ଆମେ ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ,ସ୍ୱାସ୍ଥ୍ୟକର ଓଡ଼ିଶା ସୃଷ୍ଟି କରିପାରିବା। ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କରାଯିବ। ବୃକ୍ଷ ଆମ ଜୀବନର ଆଧାର ଅଟେ ଏହାର ସୁରକ୍ଷା ଆମର କର୍ତବ୍ୟ।ଆପଣମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହେବା ସହ ଏକ ସଚ୍ଛ ଓ ସୁନ୍ଦର ପରିବେଶ ପାଇଁ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ । ଆପଣଙ୍କ ଅଞ୍ଚଳରେ ଥୁବା ଖୋଲା ସ୍ଥାନରେ ବୃକ୍ଷରୋପଣ ପାଇଁ ଆମକୁ ଏହି ଫୋନ୍ ନମ୍ବର ରେ ୮୦୯୩୭୫୯୧୦୫, ୮୦୯୩୭୫୯୧୦୬ ଯୋଗାଯୋଗ କରନ୍ତୁ Iସମସ୍ତଙ୍କୁ ଚାରା ସହିତ ଟ୍ରି ଗାର୍ଡ ମଧ ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ