Wednesday, February 5, 2025
29 C
Odisha

    ନୋବେଲ ଶାନ୍ତି ବିଜେତାଙ୍କୁ ଜେଲଦଣ୍ଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଡୁଆରେ ନୋବେଳ ଶାନ୍ତି ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ । ବାଂଲାଦେଶର ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ହୋଇଛନ୍ତି ଦୋଷୀ ସାବ୍ୟସ୍ତ । ତେବେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ୟୁନୁସଙ୍କ ସମର୍ଥକ । ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗ କ୍ରମେ ପ୍ରଫେସର ୟୁନୁସଙ୍କ ସମେତ ତାଙ୍କର ୩ ଜଣ ସହଯୋଗୀ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କୁ ୬ ମାସ ଲାଗି ଜେଲଦଣ୍ଡାଦେଶ ହୋଇଛି ବୋଲି କହିଛନ୍ତି ପ୍ରସିକ୍ୟୁଟର ଖୁର୍ସିଦ ଆଲାମ ଖାଁ । ତେବେ ଏହି ୪ ଜଣଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି । ମାଇକ୍ରୋଫାଇନାନ୍ସ ବ୍ୟାଙ୍କ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ଆର୍ଥିକ ଦୁର୍ଗତିରୁ ମୁକ୍ତ କରିଥିବା ପ୍ରଫେସର ୟୁନୁସ ଗତ କିଛି ଦିନ ଧରି ବିବାଦରେ ଛନ୍ଦି ହୋଇଥିଲେ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ତାଙ୍କର ତିକ୍ତତା ଲାଗିରହିଥିବାବେଳେ ୟୁନୁସ ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ହାସିନା କରିଥିଲେ ଅଭିଯୋଗ । ୨୦୦୬ରେ ନୋବେଲ ଶାନ୍ତି ପାଇଥିବା ପ୍ରଫେସର ୟୁନୁସଙ୍କୁ ଖୋଲାଖୋଲି ବିରୋଧ କରିଥିଲେ ହାସିନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    25 %
    2.2kmh
    64 %
    Wed
    27 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ