Wednesday, October 23, 2024
21.7 C
Odisha

    ଝାଡଖଣ୍ଡ ରାଜନୀତିରେ ହଇଚଇ; ବଦଳି ପାରନ୍ତି ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ର।ଞ୍ଚି; ଝାଡ଼ଖଣ୍ଡରେ ସରଗରମ ରାଜନୀତି। ଖୁବ ଶୀଘ୍ର ହୋଇପାରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ । ସିଏମ ହେମନ୍ତ ସୋରେନଙ୍କ ବଦଳରେ ତାଙ୍କ ସ୍ତ୍ରୀ କଳ୍ପନା ହୋଇପାରନ୍ତି ଶାସକ । ଏନେଇ ଜୋର ଧରିଛି କଳ୍ପନାଜଳ୍ପନା । ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କ ନିକଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାନି ସମନ ଜାରି କରିବା ପରେ ନିଷ୍ପତ୍ତି ପରିବର୍ତ୍ତନ କରିପାରନ୍ତି ହେମନ୍ତ । ସେପଟେ ଏହି କଳ୍ପନାଜଳ୍ପନାରେ ଅଧିକ ଖୋରାକ ଯୋଗାଇଛି ବିଧାୟକ ସରଫରାଜ ଅହମ୍ମଦଙ୍କ ଇସ୍ତଫା । ତେବେ ତିକ୍ତତା କାରଣରୁ ନୁହେଁ ବରଂ ଜେଏମଏମକୁ ଶକ୍ତିଶାଳୀ କରିବା ଲାଗି ସେ ଇସ୍ତଫା ଦେଇଛନ୍ତି କହିଛନ୍ତି । ହେମନ୍ତ ଆଶଙ୍କା କରୁଛନ୍ତି ଜମି ଦୁର୍ନୀତି ମାମଲାରେ ତାଙ୍କୁ ଇଡି ଗିରଫ କରିପାରେ । ତେଣୁ ଆଗୁଆ କ୍ଷେତ୍ର ପ୍ରସ୍ତୁତ ଲାଗି ସେ ପତ୍ନୀ କଳ୍ପନାଙ୍କୁ ସିଏମ କରିବା ଲାଗି ଯୋଜନା କରୁଛନ୍ତି । ଜମି ଦୁର୍ନୀତି ମାମଲାରେ ସିଏମ ହେମନ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ୭ ଥର ସମନ ଜାରି କରିସାରିଲାଣି । ଇଡି ବିରୋଧରେ ହେମନ୍ତ ସୁପ୍ରିମକୋର୍ଟ ଓ ଝାଡଖଣ୍ଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇସାରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ଆଶଙ୍କା କରାଯାଉଛି । ଝାଡଖଣ୍ଡରେ ଜମିର କିସମ ପରିବର୍ତ୍ତନ ଦୁର୍ନୀତି ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇସାରିଲେଣି ୧୪ ଅଭିଯୁକ୍ତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ