Friday, March 20, 2026
31 C
Odisha

    ବାରବାଟୀ ଷ୍ଟାଡିୟମ ଭଙ୍ଗା ନ ଯାଉ: ମହମ୍ମଦ ମୋକିମ

    ଆଗକୁ ପଢନ୍ତୁ

    କଟକ: ନବକଳେବର ହେବାକୁ ଯାଉଛି ଐତିହାସିକ ବାରବାଟୀ ଷ୍ଟାଡିୟମ। କାରଣ ବାରବାଟୀ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ତେବେ ୧୯୫୨ ମସିହାରୁ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ଐତିହାସିକ ବାରବାଟୀ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁଣିଥରେ ବିଶ୍ୱସ୍ତରୀୟ କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ନୂଆ ଷ୍ଟାଡିୟମରେ ଅଧିକ ଦର୍ଶକଙ୍କ ପାଇଁ ଷ୍ଟାଡିୟମର କ୍ଷମତା ବୃଦ୍ଧି କରାଯିବ। ବର୍ତ୍ତମାନ ୪୨ ହଜାର ଦର୍ଶକ ବ୍ୟବସ୍ଥା ରହିଥିବା ବେଳେ ନୂଆ ଷ୍ଟାଡିୟମରେ ୬୦ ହଜାରକୁ ଦର୍ଶକ କ୍ଷମତା ବୃଦ୍ଧି ପାଇବ। ତେବେ ବାରବାଟୀ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭଙ୍ଗା ନ ଗଲେ ନୂଆ କରି ତିଆରି ହେବା ସମ୍ଭବ ନୁହେଁ। ଏଣୁ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ କରିବା ପାଇଁ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପରେ ଏହାର ନବନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। କିନ୍ତୁ ଷ୍ଟାଡିୟମ ଭଙ୍ଗାଯିବାକୁ ନେଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ବିରୋଧ କରିଛନ୍ତି।

    ତେବେ ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ସମ୍ପୂର୍ଣ୍ଣ ଭଙ୍ଗାଯିବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ବିଧାୟକ ମୋକିମ ଆଜି ଏକ ପ୍ରେସ୍‌ମିଟ କରିଥିଲେ। ଏଥିରେ ମୋକିମ କହିଛନ୍ତି, ଓସିଏ ଓ ରାଜ୍ୟ ସରକାର ଷ୍ଟାଡିୟମ୍ ଭଙ୍ଗାଯିବା ନିଷ୍ପତ୍ତି ବଦଳାନ୍ତୁ। ଷ୍ଟାଡିୟମ୍ ସହ ପୁରୁଣା ଐତିହ୍ୟ ଜଡ଼ିତ। ଏହାକୁ ସମ୍ପୂର୍ଣ୍ଣ ଭଙ୍ଗା ଯାଇପାରିବନି। ସରକାରଙ୍କ ପାଖରେ ଯଦି ଇଚ୍ଛା ଓ ଅର୍ଥ ଅଛି ତାହେଲେ ସେ କଟକର ଆଉ କୌଣସି ସ୍ଥାନରେ ଏକ ନୂଆ ଷ୍ଟାଡିୟମ ନିର୍ମାଣ କରନ୍ତୁ। ନଚେତ କଟକ-ଭୁବନେଶ୍ୱର ମଧ୍ୟରେ ଯେଉଁଠି ଯାତାୟାତ ସୁବିଧା ଥିବ ସେଠି ଷ୍ଟାଡିୟମ୍ ନିର୍ମାଣ କରନ୍ତୁ ବୋଲି ସେ ଅପିଲ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31 ° C
    31 °
    31 °
    32 %
    3.4kmh
    68 %
    Fri
    32 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ