Thursday, April 18, 2024
30.2 C
Odisha

    ସରସ୍ୱତୀ ପୂଜାରେ ମା ଦେଉଥିଲା ପୁଅକୁ ବଳୀ

    ଆଗକୁ ପଢନ୍ତୁ

    ବାରିପଦା: ସରସ୍ୱତୀ ପୂଜାରେ ମା’ ଦେଉଥିଲା ପୁଅର ବଳି । ପୁଅ ମୁଣ୍ଡରେ ସିନ୍ଦୁର ମାରି ଫୁଲ ମାଳ ବି ପକାଇ ସାରିଥିଲା । ଖାଲି ବ୍ରାହ୍ମଣ ମନ୍ତ୍ର ବୋଲିଲା ପରେ ପଡ଼ିଥାନ୍ତା ଚୋଟ । ହେଲେ ବଳି ଦେଉ ଦେଉ ଏମିତି କିଛି ଘଟିଲା । ହଁ ଆଜ୍ଞା ଏବେ ବି ମଣିଷ ଅନ୍ଧବିଶ୍ୱାସରେ ଘେରି ରହିଛି । ଯାହାର ପରିଣାମରେ ଜଣେ ପୁଅର ବଳି ପଡ଼ୁ ପଡ଼ୁ ରହି ଯାଇଛି । ପୁଅ ପିଶାଚି ମାଆ କବଳରୁ ଖସି ପଳାଇ ଆସିଛି । ସାହାସ ଯୁଟାଇ ଆସିଛି ବୋଲି ଆଜି ତାର ଜୀବନ ବଞ୍ଚି ଯାଇଛି । ଏମିତି କଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା କୁକୁନ୍ଦରାଣୀ ହୁଡ଼ି ନିକଟରେ ।
    ମଙ୍ଗଳବାର ରାତିରେ ଉଦଳା ଥାନା ଛୋଟରାଏପୁର ଅଂଚଳର ସିଦ୍ଧ ମାରାଣ୍ଡି ଏବଂ ଫୁଲ ମାରାଣ୍ଡି ନିଜ ୭ ବର୍ଷର ପୁଅ ବିକାଶ ମାରାଣ୍ଡିକୁ ମାମୁଁ ଘରକୁ ବୁଲାଇ ନେବେ କହି କପ୍ତିପଦା ଥାନା ନୁଦଡିହା ଅଂଚଳକୁ ନେଇ ଯାଇଥିଲେ । ସେଠାରେ ମାମୁଁ ଘରକୁ ନେବା ବଦଳରେ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ସେଠାରେ ବଳି ଦେବା ନିମନ୍ତେ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚନା କରିଥିଲେ । ଖୋଦ ବିକାଶ ମାରାଣ୍ଡିର ବାପା ସିଦ୍ଧ ମାରାଣ୍ଡି ବଳି ପକାଇବାକୁ ଉଦ୍ୟମ କରିଥିବା ବେଳେ ସେଠାରୁ ବିକାଶ ଖସି ଆସି ଦୌଡ଼ିଥିଲା ପୁଅ । କିଛି ବାଟ ଯିବା ପରେ ସ୍ଥାନୀୟ ଯୁବକଙ୍କ ହାବୁଡ଼ରେ ପଡିଥିଲା ପୁଅ । ଯୁବକମାନେ ନାବାଳକକୁ ଉଦ୍ଧାର କରିବା ପରେ ତାର ମାଆ-ବାପାକୁ ଧରିବାକୁ ଉଦ୍ୟମ କରିଥିଲେ ହେଲେ ତାଙ୍କୁ ଧରିବାରେ ବିଫଳ ହୋଇଥିଲେ । ଭୟଭୀତ ଅବସ୍ଥାରେ ନାବାଳକ ଜଣକ ଯୁବକମାନଙ୍କ ଆଗରେ କହିଥିଲା ସମସ୍ତ ଘଟଣା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.2 ° C
    30.2 °
    30.2 °
    28 %
    1.2kmh
    3 %
    Thu
    42 °
    Fri
    43 °
    Sat
    44 °
    Sun
    44 °
    Mon
    43 °

    ସମ୍ବନ୍ଧିତ