Wednesday, October 14, 2026
22.1 C
Odisha

    ଜଙ୍ଗଲ ନିଆଁ ଲିଭାଉଥିବା ବେଳେ ହେଲିକପ୍ଟର କ୍ରାଶ୍, ୨ ପାଇଲଟ ମୃତ

    ଆଗକୁ ପଢନ୍ତୁ

    ୱାଶିଂଟନ :  ଆମେରିକାର ୟୋସେମିଟି ନ୍ୟାସନାଲ ପାର୍କରେ ଜଙ୍ଗଲ ନିଆଁ ଲିଭାଇବା ଅଭିଯାନ ବେଳେ ଏକ ଫାୟାରଫାଇଟିଂ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଅଧିକାରୀଙ୍କ ଅନୁଯାୟୀ, ରବିବାର ଅପରାହ୍ନରେ ଜଙ୍ଗଲ ନିଆଁ ଉପରେ ପାଣି ପକାଇବା ଅଭିଯାନରେ ହେଲିକପ୍ଟରଟି ନିୟୋଜିତ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ହେଲିକପ୍ଟରରେ ପାଇଲଟଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ । ଉଭୟ ପାଇଲଟ୍ କଣ୍ଟ୍ରାକ୍ଟ ବିମାନ କମ୍ପାନୀ ‘ପ୍ରିସିଜନ୍’ ପାଇଁ କାମ କରୁଥିଲେ ।

    ଦୁର୍ଘଟଣାରେ ମୃତ ପାଇଲଟଙ୍କ ମଧ୍ୟରୁ ଜଣଙ୍କ ପରିଚୟ ଗ୍ରେଗ୍ କିଙ୍ଗ୍‌ ଭାବେ ଜଣାପଡ଼ିଛି। ସେ ପୂର୍ବରୁ ଆଲାସ୍କା ଡିଭିଜନ୍ ଅଫ୍ ଫରେଷ୍ଟ୍ରି ଆଣ୍ଡ ଫାୟାର ପ୍ରୋଟେକ୍ସନ୍ ସହ କାମ କରିଥିଲେ ଏବଂ ଆଲାସ୍କାରେ ଜଙ୍ଗଲ ନିଆଁ ଲିଭାଇବାର ଅନେକ ଅଭିଯାନରେ ସାମିଲ ହୋଇଥିଲେ ଏବଂ ପରେ ସେ ‘ପ୍ରିସିଜନ୍’ ସହ ଯୋଡ଼ି ହୋଇଥିଲେ । ଆଲାସ୍କାର ଏହି ଏଜେନ୍ସିର ପ୍ରବକ୍ତା ଏମେରି ଜନସନ୍ କହିଛନ୍ତି ଯେ, କିଙ୍ଗଙ୍କ ନିକଟ ସମ୍ପର୍କୀୟମାନେ ଏବେ ମଧ୍ୟ ଏଜେନ୍ସିରେ କାମ କରୁଛନ୍ତି । ପରିବାରର ଅନୁମତି ପରେ ହିଁ ତାଙ୍କ ନାମ ସାର୍ବଜନୀନ କରାଯାଇଥିଲା । ଦ୍ୱିତୀୟ ପାଇଲଟଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ ।

    ଫେଡେରାଲ୍ କମ୍ପ୍ଲେକ୍ସ ଇନ୍ସିଡେଣ୍ଟ ମ୍ୟାନେଜମେଣ୍ଟ ଟିମ୍‌ର ପ୍ରବକ୍ତା ବେଞ୍ଜାମିନ୍ କୋସେଲଙ୍କ ଅନୁଯାୟୀ, ‘ସୁପର ପୁମା’ ହେଲିକପ୍ଟରଟି ନିଆଁ ଲିଭାଇବା ପାଇଁ ‘ୱାଟର ବକେଟ୍’ ବ୍ୟବହାର କରୁଥିଲା । ଏହି ସମୟରେ ଏହା ଏକ ହ୍ରଦ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର ପ୍ରକୃତ ପରିସ୍ଥିତି ସମ୍ପର୍କରେ ତୁରନ୍ତ କୌଣସି ବିସ୍ତୃତ ସୂଚନା ମିଳିନାହିଁ । ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଏବଂ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (NTSB) ଏହି ଦୁର୍ଘଟଣାର ତଦନ୍ତ କରିବେ। ହେଲିକପ୍ଟରଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା, ସେନେଇ ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    0.7kmh
    70 %
    Wed
    29 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ