Saturday, October 19, 2024
24.1 C
Odisha

    କଣ୍ଟାମାଳ ଖୁଣ୍ଟିଗୋରାର ବରୁଳ ଯାତ୍ରା, ଜାଣନ୍ତୁ ଏହାର ପରମ୍ପରା

    ଆଗକୁ ପଢନ୍ତୁ

    କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରାରେ ବରୁଳ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୁଦୁର୍କା ପ୍ରଗଣାର ମୁଖ୍ୟ ପର୍ବ ଭାବରେ କାହିଁ କେଉଁ କାଳରୁ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରିଆସୁଛନ୍ତି । ପ୍ରତିବର୍ଷ ଆଶ୍ୱିନ ମାସ ପୂର୍ଣ୍ଣିମା ଦିନ ଏହି ଯାତ୍ରା ପ୍ରବଳ ଜନସମାଗମରେ ପାଳିତ ହୋଇଆସୁଛି ।

    ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ପୂଜା କରି ଠାକୁରଙ୍କ ଛତ୍ରଛାୟା ତଳେ ନିଜକୁ ସୁରକ୍ଷିତ ମଣିଥାନ୍ତି ଅଞ୍ଚଳବାସୀ । ଏହି ପର୍ବ କୃଷି ସହିତ ସମ୍ପୃକ୍ତ ଥିବାରୁ ଅଞ୍ଚଳବାସୀ ଯେତେବେଳେ ଏହି ସମୟରେ ଧାନ ଅମଳ କରିଥାନ୍ତି । ସେମାନେ ତାଙ୍କର ପ୍ରଥମ ବୀଜକୁ ଠାକୁରଙ୍କ ନିକଟରେ ଅର୍ପଣ କରିଥାନ୍ତି । ତେଣୁ ଏହି ପର୍ବକୁ ଅରୁଆ ପକା ପର୍ବ ମଧ୍ୟ କୁହାଯାଏ ।

    ପୂର୍ବଦିନ ଠାକୁର ପୂଜକ ସନ୍ତୋଷ ଝାଙ୍କର ହଳଦୀ ମିଶ୍ରିତ ଅରୁଆ ଚାଉଳରେ ଠାକୁରଙ୍କୁ ବରଣ କରିଥାନ୍ତି ଓ ରାତି ନିଷ୍ଠାର ସହିତ ରହିଥାନ୍ତି । ପୂର୍ଣ୍ଣିମା ଦିନ ବରୁଆଙ୍କୁ ଆଜ୍ଞାମାଳ ଦେବାପରେ ଠାକୁର ଲାଗିଥାନ୍ତି । ଠାକୁର ଲାଗିବା ପରେ ଘଣ୍ଟ, ଢୋଲ, ନିସାନ, ଲୁହା, ଛତିଛତ୍ରଆଦି ଧରି ବିଭିନ୍ନ ଘରଘର ବୁଲି ଠାକୁର ଗୁଡି ବା ଖଳା ନିକଟକୁ ଯାଇଥାନ୍ତି । ବିଭିନ୍ନ ଗ୍ରାମରୁ ବରୁଆମାନେ ଆସି ପହଞ୍ଚିବା ପରେ ଚେରେମୁଣ୍ତା ଅଞ୍ଚଳର ବନ୍ଧରୁ ପବିତ୍ର ଜଳ ଆଣି ଠାକୁର ଶୁଭକାର୍ଯ୍ୟ ଆରମ୍ଭ କରିଥାନ୍ତି ।

    ପ୍ରଥମେ ବରୁଳ ଦେବତାଙ୍କୁ ମୁଖ୍ୟ ଦେବତା ଭାବରେ ପୂଜା କଲାପରେ ଭୀମ, ଶୁଳିଆ, ଦଶମତି, ସିକେରପାଟ, ପୋଡାପାଟ, ପେଞ୍ଜିପାଟ, ପାଟଖଣ୍ତା, ସୁନାଦେଇ, ଧନଦେଇ, ମନଦେଇ, ଚିଣ୍ଡିଦେଇ, ଡିମୁଲ, ଭୁଆସେନ ଆଦି ଦେବା ଦେବୀଙ୍କୁ ପୂଜା କରାଯାଇଥାଏ । ଠାକୁରଙ୍କୁ ପୂଜା ପାଇଁ ଖଇଲିଆ, ମୁଆଁ, ନଡିଆ, ଅରୁଆ ଚାଉଳ ଆଦି ଭୋଗ ଲଗାଯାଏ । ଭକ୍ତମାନେ ନିଜର ମାନସିକ ପୂରଣ ହେଲେ ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୋଗ ରୂପେ ବୋଦା, କୁକୁଡ଼ା, ପୋଢ ଆଦି ବଳି ଦେଇଥାନ୍ତି । ବରୁଆଙ୍କ ଦେହରେ ବିଭିନ୍ନ ଦେବାଦେବୀ ସବାର ହୋଇଥାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1.6kmh
    99 %
    Sat
    24 °
    Sun
    28 °
    Mon
    30 °
    Tue
    29 °
    Wed
    29 °

    ସମ୍ବନ୍ଧିତ