Saturday, May 10, 2025
40.5 C
Odisha

    ଏଥର +୨ ପରେ କରିପାରିବେ B.Ed : ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଘୋଷଣା

    ଆଗକୁ ପଢନ୍ତୁ

    ଏଣିକି ଯୁକ୍ତ୨ ପରେ B.Ed କରି ପାରିବେ ଛାତ୍ରଛାତ୍ରୀ । ଏନେଇ ୮ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିର୍ଦ୍ଦିଷ୍ଟ ମହାବିଦ୍ୟାଳୟର ଏମ୍ଓୟୁ ସ୍ବାକ୍ଷରିତ ହୋଇଛି । ଏପରି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ।ଆସିବ ନୂଆ କୋର୍ସ ITEP (Intigreted teacher education programme) । ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି, ଯେଉଁଥିରେ ଗ୍ରାଜୁଏସନ୍ ନୁହେଁ ବରଂ ଏଣିକି ଯୁକ୍ତ ୨ ପରେ ହେବ ବିଇଡି ପାଠ ପଢ଼ା ।ଏଥିପାଇଁ ଆସିବ ୪ ବର୍ଷର ନୂଆ ITEP କୋର୍ସ ।ITEP ନାଁରେ ନୂଆ କୋର୍ସ ରହିବ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଉଛି । ITEP ସେଥିରୁ ଅନ୍ୟତମ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    40.5 ° C
    40.5 °
    40.5 °
    17 %
    3.4kmh
    16 %
    Sat
    40 °
    Sun
    42 °
    Mon
    44 °
    Tue
    42 °
    Wed
    43 °

    ସମ୍ବନ୍ଧିତ