Wednesday, April 1, 2026
38.7 C
Odisha

    ସଙ୍ଗନେର ବିଧାୟକ ଭଜନଲାଲ ଶର୍ମା ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଜୟପୁର : ରାଜସ୍ଥାନରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଗତ ଏକ ସପ୍ତାହରୁ ଅଧିକ ସମୟ ଧରି ଜାରି ରହିଥିବା ସସପେନ୍ସ ଶେଷ ହୋଇଛି। ଜୟପୁରରେ ମଙ୍ଗଳବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଭଜନ ଲାଲ ଶର୍ମାଙ୍କ ନାମକୁ ଅନୁମୋଦନ ମିଳିଛି। ରାଜସ୍ଥାନରେ ନିର୍ବାଚନ ଫଳାଫଳ ଆସିବା ପରେ ୯ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ଏହା ସହିତ ରାଜସ୍ଥାନରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ସେମାନେ ହେଲେ ଦିୟା କୁମାରୀ ଓ ପ୍ରେମଚନ୍ଦ ବୈରବା । ବାସୁଦେବ ଜଗନାନୀ ବାଚସ୍ପତି ହେବେ । ଏ ସଂପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ରାଜସ୍ଥାନ ପାଇଁ ଦଳର ପର୍ଯ୍ୟବେକ୍ଷକ ରାଜନାଥ ସିଂ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ।
    ଭଜନଲାଲ ଶର୍ମା ପ୍ରଥମ ଥର ପାଇଁ ବିଧାୟକ ହେବା ପରେ ବର୍ତ୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ । ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଭଜନଲାଲ ଶର୍ମାଙ୍କ ନାମକୁ ପ୍ରସ୍ତାବ ରଖିଥିଲେ ଓ ତାହାକୁ ଅନ୍ୟ ବିଧାୟକମାନେ ସମର୍ଥନ କରିଥିଲେ । ପ୍ରଥମ ଥର ପାଇଁ ସେ ବିଧାୟକ ନିର୍ବାଚିତ ହୋଇଥିଲେ ବି ପୂର୍ବରୁ ଅନେକ ବର୍ଷ ଧରି ସେ ବିଜେପିର ସାଂଗଠନିକ ଦାୟିତ୍ବରେ ରହିଥିଲେ ।

    ଭଜନ ଲାଲ ଶର୍ମା ଭରତପୁରର ବାସିନ୍ଦା। ଶର୍ମା ଚଳିତ ଥର ସଙ୍ଗନେରରୁ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ ଓ କଂଗ୍ରେସପ୍ରାର୍ଥୀ ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଭଜନ ଲାଲ ଶର୍ମାଉଭୟ ସଂଘ ଓ ସଂଗଠନର ଘନିଷ୍ଠ ବୋଲି ବିବେଚନା କରାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ