Monday, May 20, 2024
38.8 C
Odisha

    ୨୩୦କେଜିରୁ ଥିଲା ଅଧିକ ଓଜନ, ବର୍ତ୍ତମାନ ହ୍ରାସ କଲେ ୧୨୦ କେଜି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ ୦୮।୧୨: ଫିଟ୍ ରହିବା ଏତେ ସହଜ ନୁହେଁ । ଖାସ୍‌ କରି ଓଜନ ହ୍ରାସ କରିବା ବହୁତ କଠିନ । ଏଥିପାଇଁ ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ପଡିଥାଏ । ଏମିତିକି ଅନେକ ନୂଆ ଅଭ୍ୟାସ ଆପଣାଇବାକୁ ପଡିଥାଏ । ଏହାପରେ ହିଁ ହ୍ରାସ ପାଇଥାଏ ଓଜନ । କିନ୍ତୁ କିଛି ଲୋକଙ୍କ ପାଇଁ ଓଜନ ବୃଦ୍ଧି ବେଶ୍ ଘାତକ ହୋଇଥାଏ ।

    ଏପରି ଜଣେ ବ୍ୟକ୍ତି ଏବେ ଖୁବ୍‌ ଚର୍ଚ୍ଚାରେ । ବ୍ୟକ୍ତିଙ୍କର ଓଜନ ବଲିଉଡ୍‌ ସିଙ୍ଗର୍‌ ଅଦନନ୍ ସାମିଙ୍କ ଠାରୁ ମଧ୍ୟ ଥିଲା । ଏହି ବ୍ୟକ୍ତିଙ୍କ ନାଁ ହେଉଛି ଡିବ୍ସି ମ୍ୟାକ୍ଲିଣ୍ଟକ୍ । ତାଙ୍କର ଓଜନ ଥିଲା ୨୫୩ କେଜି । ସେ ବର୍ତ୍ତମାନ  ୧୨୦ କେଜି ଓଜନ ହ୍ରାସ କରିଛନ୍ତି । ଆଉ ବର୍ତ୍ତମାନ ତାଙ୍କର ଓଜନ ୧୩୩ କେଜି ।

    ସେ ବର୍ତ୍ତମାନ ନିଜର ଓଜନ ହ୍ରାସ କରି ଆସିଛନ୍ତି ଚର୍ଚ୍ଚାକୁ । ଡିବ୍ସିଙ୍କ ଓଜନ ଏତେ ଅଧିକ ଥିଲା ଯେ ସେ ବସି ପାରୁନଥିଲେ । ଡିବ୍ସି ବାହାର ଜିନିଷ ଖାଇବାକୁ ବହୁତ ପସନ୍ଦ କରୁଥିଲେ ।  ଯେଉଁ କାରଣରୁ ତାଙ୍କର ଧୀରେ ଧୀରେ ବଢିବାକୁ ଲାଗିଥିଲା ଓଜନ । ଡିବ୍ସିଙ୍କୁ ଡାକ୍ତର କହିଥିଲେ କି ଯଦି ସେ ଶୀଘ୍ର ଓଜନ ହ୍ରାସ ନକରନ୍ତି ତେବେ ତାଙ୍କର ମୃତ୍ୟୁ ସୁନିଶ୍ଚିତ ।

    ତେବେ ଡିବ୍ସିଙ୍କୁ ବେଶ୍‌ ସାହାଯ୍ୟ କରିଥିଲେ ୩୬ ବର୍ଷିୟ ଫିଟନେସ୍ ପ୍ରଶିକ୍ଷକ ଜିମ୍ ବସ୍ ମାଇକ୍ । ସେ ତାଙ୍କ ପାଇଁ ଡାଏଟ୍ ଏବଂ ୱାର୍କଆଉଟ୍ ପ୍ଲାନ୍‌ କରିଥିଲେ । ଆଉ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥିଲେ । ଡିବ୍ସିଙ୍କ ଓଜନ ଏତେ ଅଧିକ ଥିଲା ଯେ ତାଙ୍କ ଫିଟନେସ୍ ଟ୍ରେନରଙ୍କୁ ଘର ବାହାରେ ଲଗାଇବାକୁ ପଡିଥିଲା ପୋଷ୍ଟର । ଏହି ପୋଷ୍ଟରରେ ଲେଖାଥିଲା  ‘ସେଭ୍ ଡିବ୍ସି ‘। ଏହି ବ୍ଯକ୍ତିଙ୍କୁ ବାହାର ଖାଦ୍ୟ ଦିଅନ୍ତୁ ନାହିଁ ।

    ତେବେ ଏହାପରେ ଡିବ୍ସି ବାହାର ଖାଦ୍ୟ ଖାଇବା ଏବଂ ମଦ୍ୟପାନ କରିବା ଛାଡି ଦେଇଥିଲେ  । କେବଳ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଆରମ୍ଭ କରିଥିଲେ । ସେ ଦିନକୁ ୪ ଥର ଖାଉଥିଲେ । ୫ ଲିଟର ପାଣି ପ୍ରାୟ ପିଉଥିଲେ । ଡିବ୍ସି  ବ୍ୟାୟାମ ପାଇଁ ପ୍ରତିଦିନ ଜିମ୍ ଯାଉଥିଲେ । ଆଉ ଏତେ ପରିଶ୍ରମ ପରେ ହିଁ ସେ ୨୫୩ କିଲୋରୁ ୧୩୩ କିଜେକୁ ନିଜର ଓଜନ ହ୍ରାସ କରିଛନ୍ତି । ବ୍ୟାୟାମ ବ୍ୟତୀତ, ଡିବ୍ସି ଙ୍କ ପ୍ରଶିକ୍ଷକ ତାଙ୍କୁ ଟ୍ରାକିଂରେ ମଧ୍ୟ ନେଇଥିଲେ । ଯାହା ତାଙ୍କୁ ଅତିରିକ୍ତ କ୍ୟାଲୋରୀ ହ୍ରାସରେ ସାହାଯ୍ୟ ହୋଇଥିଲା  ।

    You Can Read:

    The post ୨୩୦କେଜିରୁ ଥିଲା ଅଧିକ ଓଜନ, ବର୍ତ୍ତମାନ ହ୍ରାସ କଲେ ୧୨୦ କେଜି appeared first on Prameya News7.

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.8 ° C
    38.8 °
    38.8 °
    25 %
    5.3kmh
    0 %
    Mon
    36 °
    Tue
    43 °
    Wed
    42 °
    Thu
    41 °
    Fri
    37 °

    ସମ୍ବନ୍ଧିତ