Friday, October 18, 2024
29.5 C
Odisha

    ଭୁବନେଶ୍ବର ବିମାନ ବନ୍ଦରରେ ହେବ ନୂଆ ଟର୍ମିନାଲ, ତିଆରି ହେବ ରନୱେ କ୍ୟାଟ୍ ଟୁ ଲାଇଟ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ହେବ ନୂଆ ଟର୍ମିନାଲ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଏହି ସୂଚନା ଦେଇଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ସମୀକ୍ଷା ପରେ ସେ ଏହା କହିଛନ୍ତି । ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ୨ ବର୍ଷରେ ନିର୍ମାଣ ଯୋଜନା ସହ ଶୀଘ୍ର ହେବ ରନୱେ କ୍ୟାଟ୍ ଟୁ ଲାଇଟ୍ । ବର୍ତ୍ତମାନ ଭୁବନେଶ୍ବର ବିମାନବନ୍ଦରରୁ ବାର୍ଷିକ ୪୦ରୁ ୫୦ ଲକ୍ଷ୍ୟ ଯାତ୍ରୀ ଯାତାୟାତ କରୁଥିବା ବେଳେ ନୂଆ ଟର୍ମିନାଲ ପରେ ଏହାକୁ ୮୦ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।

    ଏବେ ଦେଶର ୨୦ ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି । ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ଆଗକୁ ଯିବ । ନୂଆ ଟର୍ମିନାଲ ନିର୍ମାଣ ସହ ଡୋମେଷ୍ଟିକ, ଇଣ୍ଟରନ୍ୟାସନାଲ ପାସେଞ୍ଜର ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ସେହିପରି ପୁରୀ ଏୟାରପୋର୍ଟ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଜମି ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଇଟ କ୍ଲିୟରାଂଶ ମିଳିସାରିଛି । ଆଗକୁ କିଭଳି ବଢିବ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଓଡ଼ିଶାର ଝାରସୁଗୁଡ଼ାରେ ଏୟାରପୋର୍ଟ ଅଛି । ଗତ ଦଶ ବର୍ଷ ମଧ୍ୟରେ ଉତ୍କେଲା, ଜୟପୁର, ରାଉରକେଲା ସହରର ରିଜିଓନାଲ କନେକ୍ଟିଭିଟି ମାଧ୍ୟମରେ ଆଗକୁ ବଢ଼ିଛି । ରିଜିଓନାଲ୍ ଏୟାରପୋର୍ଟ ର କିଭଳି ଉନ୍ନତି କରଣ ହୋଇପାରିବ ସେନେଇ ପ୍ରଚେଷ୍ଟା କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ