Sunday, March 22, 2026
32 C
Odisha

    ୨୪ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରି ଉପରେ; ଭୁବନେଶ୍ବର ଓ ନୂଆପଡ଼ାରେ ପାରା ୪୩.୨ ଡିଗ୍ରି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ରାଜ୍ୟର ୨୪ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି। ୪୩.୨ ଡିଗ୍ରି ସହ ଭୁବନେଶ୍ବର ଓ ନୂଆପଡ଼ା ରାଜ୍ୟର ଯୁଗ୍ମ ଉତ୍ତପ୍ତ ସହର ହୋଇଛି। ୧୧ ସହରର ତାପମାତ୍ରା ୪୨ ଡିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

    ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ାରେ ୪୩,୧, ବାରିପଦା, ପାରଳାଖେମୁଣ୍ଡିରେ ୪୨.୫, ଚାନ୍ଦବାଲି, ଭଦ୍ରକ, କେନ୍ଦ୍ରାପଡ଼ାରେ ୪୨.୨, ଟିଟିଲାଗଡ଼, ଯାଜପୁର, ଢେଙ୍କାନାଳରେ ୪୨, ଅନୁଗୁଳରେ ୪୧.୯, କଟକରେ ୪୧.୮, ବୌଦ୍ଧରେ ୪୧.୬, ବାଲେଶ୍ବର, ତାଳଚେରରେ ୪୧.୪, ମାଲକାନଗିରିରେ ୪୧.୩, ନୟାଗଡ଼ରେ ୪୧.୨, ଭବାନୀପାଟଣାରେ ୪୧, ରାଉରକେଲାରେ ୪୦.୮, ସମ୍ବଲପୁରରେ ୪୦.୫, ସୁନ୍ଦରଗଡ଼ର ୪୦.୧ ଓ ଖୋର୍ଦ୍ଧାରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

    ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆଗାମୀ ୫ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷ କରି ୨୭ ଓ ୨୮ ତାରିଖରେ ସାରା ଓଡ଼ିଶା ଜଳିବ। ପାଣିପାଗ ବିଭାଗ ଏଥି ପାଇଁ ରାଜ୍ୟରେ ସିଭିଅର ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରିଛି। ଆଗାମୀ ତିନି ଦିନ ପ୍ରବଳ ହିଟ୍ ୱେଭ ନେଇ ସତର୍କତା ଜାରି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ