Monday, October 12, 2026
28 C
Odisha

    ମହାଦେବ ଆପ୍‌ ମାମଲା: ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ ମାମଲା ରୁଜୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଛତିଶଗଡ଼ର ଅର୍ଥନୈତିକ ଅପରାଧ ଶାଖା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ଅନ୍ୟମାନଙ୍କ ବିରୋଧରେ ମହାଦେବ ଅନଲାଇନ୍‌ ବେଟିଂ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଦାଖଲ କରାଯାଇଥିବା ତଦନ୍ତ ରିପୋର୍ଟ ଆଧାରରେ ଆଜି ମାମଲା ରୁଜୁ କରିଛି। ଏକ ବର୍ଷରୁ ଅଧିକ ସମୟ ଧରି ମହାଦେବ ଆପ୍‌ ଲିଙ୍କ୍‌ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅତୀତରେ ଅଭିଯୋଗ କରିଥିଲା ଯେ ଏହାର ତଦନ୍ତରେ ଛତିଶଗଡ଼ର ବିଭିନ୍ନ ଉଚ୍ଚପଦସ୍ଥ ରାଜନେତା ଏବଂ ଅମଲାଙ୍କ ସମ୍ପୃକ୍ତି ଥିବା ଜଣାପଡିଛି।

    ଇଡି ଅନୁଯାୟୀ, ଏହି ମାମଲାରେ ଅପରାଧର ଆନୁମାନିକ ଆୟ ପାଖାପାଖି ୬,୦୦୦ କୋଟି ଟଙ୍କା।
    ଇଓଡବ୍ଲ୍ୟୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଇଡି ଏହି ମାମଲାର ତଦନ୍ତ କରୁଛି ଏବଂ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା/ଦୁର୍ନୀତି ନିବାରଣ ବ୍ୟୁରୋକୁ ଦିଆଯାଇଥିବା ରିପୋର୍ଟ ଆଧାରରେ ବାଘେଲ ଏବଂ ଅନ୍ୟମାନଙ୍କ ବିରୋଧରେ ମାର୍ଚ୍ଚ ୪ ତାରିଖରେ ଇଓଡବ୍ଲ୍ୟୁ ଥାନାରେ ଏଫଆଇଆର ରୁଜୁ କରାଯାଇଥିଲା।

    ବରିଷ୍ଠ କଂଗ୍ରେସ ନେତା ବାଘେଲଙ୍କ ସମେତ ଆପ୍‌ ପ୍ରମୋଟର ରବି ଉପ୍ପାଲ, ସୌରଭ ଚନ୍ଦ୍ରାକର, ଶୁଭମ ସୋନି ଓ ଅନିଲ କୁମାର ଅଗ୍ରୱାଲ ଏବଂ ଅନ୍ୟ ୧୪ଜଣଙ୍କୁ ଏତଲାରେ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଏହି ମାମଲାରେ କିଛି ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ, ଓଏସ୍‌ଡି ଏବଂ ଅନ୍ୟାନ୍ୟ ଅଜ୍ଞାତ ବେସରକାରୀ ବ୍ୟକ୍ତିଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    69 %
    1.4kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ