Thursday, September 19, 2024
25.1 C
Odisha

    ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ…

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନୂଆ ବିଜେପି ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ରହିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ହାତରେ କୃଷି ଏବଂ କୃଷକ କଲ୍ୟାଣ ଏବଂ ଶକ୍ତି ବିଭାଗ ଓ ଅନ୍ୟ ଜଣେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ ରହିଛି। ସେହିପରି କ୍ୟାବିନେଟ୍‍ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ହାତରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ରବି ନାୟକଙ୍କ ହାତରେ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ନିତ୍ୟାନନ୍ଦ ଗଣ୍ଡଙ୍କ ପାଖରେ ବିଦ୍ୟାଳୟ ଓ ଗଣଶିକ୍ଷା, SC/ST ଉନ୍ନୟନ, ସଂଖ୍ୟାଲଘୁ ବିଭାଗ, କୃଷ୍ଣଚନ୍ଦ୍ର ପାତ୍ରଙ୍କ ହାତରେ ଖାଦ୍ୟ ଯୋଗାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ପୃଥ୍ୱୀରାଜ ହରିଚନ୍ଦନଙ୍କ ପାଖରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ, ମୁକେଶ ମହାଲିଙ୍ଗଙ୍କ ପାଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ବିଭାଗ, ବିଭୂତି ଭୂଷଣ ଜେନାଙ୍କ ପାଖରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ହାତରେ ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    88 %
    0.8kmh
    100 %
    Thu
    29 °
    Fri
    31 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ