Thursday, March 26, 2026
37.1 C
Odisha

    ବରିଷ୍ଠ କହି କନିଷ୍ଠଙ୍କୁ ଟାର୍ଗେଟ କରୁଥିଲା ବିହାରୀ ଯୁବକ, ଭୁବନେଶ୍ବରରେ ହଷ୍ଟେଲ ଛାତ୍ରଙ୍କଠୁ ୫ ଲକ୍ଷ ଠକି ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କମିସନରେଟ ପୁଲିସ ଜଣେ ଧୃତ ଠକକୁ ଗିରଫ କରିଛି। ଅଭିଯୁକ୍ତ ୫୦ରୁ ଅଧିକ ହଷ୍ଟେଲ ପିଲାଙ୍କ ଠାରୁ ଟଙ୍କା ଧାର ନେଇ ଚମ୍ପଟ ମାରିଥିଲା। ଅଭିଯୋଗ ‌ପରେ ପୁଲିସ ଅଭିଯୁକ୍ତ ସଚିନ କୁମାର ଗୁପ୍ତାକୁ ଗିରଫ କରିଛି। ଏସିପି (ଜୋନ୍‌-୫) ଗୌତମ କିସାନ କହିଛନ୍ତି, ମୈତ୍ରୀବିହାର ଥାନା ପୁଲିସ ଠକକୁ ଗିରଫ କରିଛି। ସଚିନ ହେଉଛି ବିହାର ନିବାସୀ। ସେ ସେ ରାଜଧାନୀର ଏକାଧିକ ହଷ୍ଟେଲରେ ପଶି ନିଜକୁ ସିନିୟର କହି ପିଲାଙ୍କ ଠାରୁ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ସେ ଭୁବନେଶ୍ୱରସ୍ଥିତ ବିଭିନ୍ନ ବେସରକାରୀ ହଷ୍ଟେଲ ଗୁଡିକରେ ରହୁଥିବା ଛାତ୍ରମାନଙ୍କୁ ଟାର୍ଗେଟ କରୁଥିଲା। ବିଶେଷ କରି ଭୁବନେଶ୍ୱରକୁ ନୂଆ କରି ଆସୁଥିବା ପିଲାମାନଙ୍କୁ ଟାର୍ଗେଟ କରୁଥିଲା।

    ପୁଲିସ କହିଛି ଯେ, ଅଭିଯୁକ୍ତ ଏବେସୁଦ୍ଧା ୫୦ରୁ ଅଧିକ ପିଲାଙ୍କ ଠାରୁ ୫ ଲକ୍ଷ ୨୫ ହଜାର ଠକିଥିବା ନେଇଛି। ପିଲାମାନଙ୍କ ଠାରୁ ଫୋନ ପେ’ ଓ ଗୁଗୁଲ ପେ’ ଜରିଆରେ ଟଙ୍କା ଧାର ନେଇଛି। ଟଙ୍କା ଫେରାଇ ଦେବାକୁ କହି ସମସ୍ତଙ୍କୁ ଚୁନ ଲଗାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ନାମରେ ସହିଦନଗର, ନୟାପଲ୍ଲୀ, ମୈତ୍ରୀବିହାର ଓ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ରହିଛି। ଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    19 %
    2.7kmh
    2 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ