Tuesday, March 3, 2026
30.7 C
Odisha

    ଅଜଣା ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ ଗେଟ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ଯୁବକର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହୋଉଛନ୍ତି ନୂଆସାହି ଗ୍ରାମର ସ୍ବର୍ଗତଃ ଲାଲମୋହନ ହାଁସଦାଙ୍କ ୩୭ ବର୍ଷୀୟ ପୁଅ ଦାଶରଥି ହାଁସଦା।
    ଦାଶରଥି ପ୍ରାଣୀ ଚିକିତ୍ସାଲୟ ଗାଡିର ଡ୍ରାଇଭର ଭାବେ କାମ କରୁଥିବାବେଳେ ଆଜି ସନ୍ଧ୍ୟାରେ ଗଡ଼ଦେଉଳିଆ ପଟରୁ ଓଡି ୦୧ ଏଇ ୮୩୨୩ ନଂ ବିଶିଷ୍ଟ ବାଇକ ନେଇ ନିଜ ଗ୍ରାମ ନୁଆସାହିକୁ ଆସୁଥିବାବେଳେ ଟୋଲ ଗେଟ ଉପକଣ୍ଠ ଦୁର୍ଗାପୁର ରାସ୍ତା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ଦାଶରଥି ରକ୍ତ ଜୁଡୁବୁଡୁ ହୋଇ ମୁର୍ମୁଷ ଅବସ୍ଥାରେ ପଡିଥିବାବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହିତ ତଦନ୍ତ ପୂର୍ବକ ଚମ୍ପଟ ମାରିଥିବା ଟ୍ରକକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    13 %
    2.1kmh
    2 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ