Saturday, October 3, 2026
28.9 C
Odisha

    ପାକିସ୍ତାନ ଷ୍ଟକବଜାରରେ ଭୂକମ୍ପ, ୩୨ ବର୍ଷରେ ସବୁଠାରୁ ବଡ଼ ହ୍ରାସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୀତି ଅତ୍ୟନ୍ତ ଖରାପ ସମୟ ଦେଇ ଗତି କରୁଛି। ମୁଦ୍ରାସ୍ପୀତି ଆକାଶଛୁଆଁ ହୋଇଛି, ରପ୍ତାନି କମିଯାଇଛି ଓ ବୈଦେଶିକ ମୁଦ୍ରାଭଣ୍ଡାର ଖାଲି ହୋଇଯାଇଛି । ଏହି ସବୁ ଅସୁବିଧା ମଧ୍ୟରେ ପାକିସ୍ତାନର ଷ୍ଟକ ବଜାରରେ ମଙ୍ଗଳବାର (ଡିସେମ୍ବର ୧୯) ଗତ ୩୨ ବର୍ଷର ସବୁଠାରୁ ବଡ଼ ହ୍ରାସ ରେକର୍ଡ କରାଯାଇଛି। ପୁଣି ଏହି ହ୍ରାସ ବୁଧବାର ଓ ଗୁରୁବାର ବି ଜାରି ରହିଛି । ଗୋଟିଏ ପଟେ ଆଜିକାଲି ଭାରତୀୟ ଷ୍ଟକ ବଜାରରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳୁଥିବାବେଳେ ମଙ୍ଗଳବାର ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜରେ ୨୩୦୦ ପଏଣ୍ଟ ହ୍ରାସ ରେକର୍ଡ କରାଯାଇଛି। ଡିସେମ୍ବର ୨୧ରେ କରାଚି ୧୦୦ (କେଏସଇ) ୧୦୩ ପଏଣ୍ଟ ବା ୦.୧୭ ପ୍ରତିଶତ ହ୍ରାସ ପାଇ ୬୨ ହଜାର ସ୍ତରରେ କାରବାର କରୁଥିଲା। ପାକିସ୍ତାନୀ ଅର୍ଥନୀତିର ଖରାପ ଅବସ୍ଥାକୁ ଦେଖି ବିଦେଶୀ ନିବେଶକମାନେ ଷ୍ଟକ ବଜାରରୁ ଅର୍ଥ କାଢିନେଉଛନ୍ତି । ଏହା ବଜାର ହ୍ରାସର ଏକ ବଡ଼ କାରଣ ବୋଲି କୁହାଯାଉଛି ।

    ପାକିସ୍ତାନର ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସର ଆକଳନ ଏଥିରୁ କରାଯାଇପାରିବ ଯେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ କରାଚି ୧୦୦ (କେଏସଇ)ର ମାର୍କେଟ୍ କ୍ୟାପ୍ ଆଦାନୀ ଟୋଟାଲ ଗ୍ୟାସ୍ ଠାରୁ କମ୍ ରେ ପହଞ୍ଚିଛି। କେଏସଇର ମାର୍କେଟ କ୍ୟାପ ୬୫,୦୦୦ କୋଟି ଟଙ୍କା ପାଖାପାଖି ଥିବା ବେଳେ ଆଦାନୀ ଟୋଟାଲ ଗ୍ୟାସର ମାର୍କେଟ କ୍ୟାପ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ