Monday, April 6, 2026
23.6 C
Odisha

    ବିଲକିସ ବାନୋ ଗଣଦୁଷ୍କର୍ମ ଘଟଣା: ଅଦାଲତରେ ଆତ୍ମ ସମର୍ପଣ କଲେ ସମସ୍ତ ୧୧ ଦୋଷୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଆତ୍ମସମର୍ପଣ କଲେ ବିଲକିସ ବାନୋ ଗଣଦୁଷ୍କର୍ମ ଦୋଷୀ। ସମସ୍ତ ୧୧ ଦୋଷୀ ଗୁଜରାଟ ଗୋଧ୍ରାର ଉପକାରାଗାରରେ ଆତ୍ମସମର୍ପଣ କରିଛନ୍ତି। ଗତକାଲି ରାତି ସାଢେ ୧୧ଟା ସମୟରେ ସମସ୍ତ ୧୧ ଦୋଷୀ ଗୁଜରାଟ ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସବଜେଲରେ ସରେଣ୍ଡର କରିଛନ୍ତି। ସମସ୍ତ ଦୋଷୀଙ୍କୁ ୨୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଦୁଇଟି ଘରୋଇ ଗାଡିରେ ଆସି ସମସ୍ତ ଦୋଷୀ ଜେଲରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ଦୋଷୀ ୨୦୦୨ ମସିହାର ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ସହ ତାଙ୍କ ପରିବାର ଲୋକଙ୍କୁ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଚଳିତ ମାସ ୮ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ସମସ୍ତ ଦୋଷୀଙ୍କ ରାଜକ୍ଷମାକୁ ଖାରଜ କରି ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରେଣ୍ଡର ସମୟ ସୀମା ବୃଦ୍ଧି କରିବା ଲାଗି ଅଭିଯୁକ୍ତମାନେ ଯେଉଁ ଆବେଦନ କରିଥିଲେ ତାହାକୁ ଖାରଜ କରିଥିଲେ ସର୍ବୋଚ୍ଚ ଅଦାଲତ।
    ୨୧ ତାରିଖରେ ସରେଣ୍ଡର କରିବା ପରେ ଅଭିଯୁକ୍ତମାନେ ରିଭ୍ୟୁପିଟିସନ ଦାଖଲ କରିବାର ସୁଯୋଗ ରହିଛି। ସେମାନେ ମହାରାଷ୍ଟ୍ର ସରକାର ନିକଟରେ ପୁନର୍ବାର ସମୀକ୍ଷା ପିଟିସନ ଦାଖଲ କରିବାର ବି ବିକଳ୍ପ ରହିଛି। ୨୦୦୨ ଦଙ୍ଗା ସମୟରେ ୨୧ ବର୍ଷ ବୟସ୍କା ତଥା ୫ ମାସର ଗର୍ଭବତୀ ବିଲକିସଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କର ୩ ବର୍ଷ ବୟସ୍କା ଝିଅ ସମେତ ୭ ଜଣଙ୍କୁ ହତ୍ୟା କରିଥିଲେ ଦୋଷୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ