Saturday, September 19, 2026
25.5 C
Odisha

    ସୁନ୍ଦର ଆତିଥ୍ୟ ପାଇଁ ମୁକେଶ ଓ ନୀତା ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଲେ ବିଲ୍‌ ଗେଟ୍‌ସ

    ଆଗକୁ ପଢନ୍ତୁ

    ମୁମ୍ବାଇ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଗୁଜୁରାଟର ଜାମନଗରରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ ଉତ୍ସବରେ ଯୋଗ ଦେଇଥିବାର ଆମେ ଜାଣନ୍ତି। ସେ ଭାରତରୁ ଫେରିବା ପରେ ତାଙ୍କ ଅନୁଭୂତି ବିଷୟରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ଉତ୍ସବରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଦ୍ୱାରା କରାଯାଇଥିବା ଆତିଥ୍ୟକୁ ସେ ଖୁବ୍ ପ୍ରଶଂସା କରିଛନ୍ତି। ବିଲ୍‌ ଗେଟ୍‌ସ ତାଙ୍କ ପ୍ରେମିକା ପଉଲା ହର୍ଡଙ୍କ ସହ ଜାମନଗରରେ ପହଞ୍ଚିଥିଲେ। ଯେଉଁଠାରେ ବିଶ୍ବର ବହୁ ମାନଗଣ୍ୟ ବ୍ୟକ୍ତି, ନେତା, ସେଲିବ୍ରିଟି ଆଦି ଯୋଗ ଦେଇଥିଲେ। ରାଧିକା ମର୍ଚାଣ୍ଟଙ୍କ ସହ ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସାନ ସନ୍ତାନ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ଉତ୍ସବ ବଡ଼ ଧୁମ୍‌ଧାମ୍‌ରେ ଜାମନଗରରେ ହୋଇଯାଇଛି। ଗେଟ୍ସଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ପାଲା ପଉଲା ହର୍ଡ, ଅନନ୍ତ ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ସହ ଆନନ୍ଦର ଏକ ମୁହୂର୍ତ୍ତକୁ ନେଇ ଏକ ଉତ୍ତମ ଫଟୋ ପ୍ରଦର୍ଶିତ ହୋଇଛି।

    ଇନଫୋସିସ୍ ଲିମିଟେଡର ସହ-ପ୍ରତିଷ୍ଠାତା ନନ୍ଦନ ନିଲେକାନି ଏବଂ ତାଙ୍କ ପତ୍ନୀଙ୍କ ସହ ମଧ୍ୟ ଗେଟ୍ସ ଏକ ସ୍ମରଣୀୟ ଫଟୋ ସେୟାର କରିଛନ୍ତି। ତାଙ୍କ କ୍ୟାପସନରେ ଗେଟ୍ସ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କୁ ଏପରି ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏହା ଭାରତରେ ଯୋଗ ଦେଇଥିବା ତାଙ୍କର ପ୍ରଥମ ବିବାହ ଉତ୍ସବ ବୋଲି ଦର୍ଶାଇ ଏହାକୁ ଅବିଶ୍ୱସନୀୟ ବୋଲି ବର୍ଣ୍ଣନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    89 %
    1.4kmh
    100 %
    Sat
    26 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ