Saturday, October 10, 2026
29.2 C
Odisha

    ମହାପ୍ରସାଦ ପାଇଁ ଜାଳେଣି କାଠ ଯୋଗାଣର ସ୍ଥାୟୀ ସମାଧାନକୁ ଗୁରୁତ୍ୱ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଶ୍ରୀମନ୍ଦିରର ମହାପ୍ରସାଦ ପ୍ରସ୍ତୁତି ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ସୁଆର ନିଯୋଗର କର୍ମକର୍ତ୍ତାଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଲୋଚନା କରିଛନ୍ତି। ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆବଶ୍ୟକ କାଠ ଯୋଗାଣର ଏକ ସ୍ଥାୟୀ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଜାଳେଣି କାଠର ଆବଶ୍ୟକତା ପୂରଣ ଓ ଭବିଷ୍ୟତରେ ଏହାର ଅଭାବ ଦୂର କରିବା ପାଇଁ ସରକାରୀ ଏବଂ ଶ୍ରୀମନ୍ଦିର ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଆଇନ ବିଭାଗ ଅତିରିକ୍ତ ସଚିବ ଶିବ ପ୍ରସାଦ ମହାପାତ୍ର, ସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର, ସମ୍ପାଦକ ନାରାୟଣ ମହାସୁଆରଙ୍କ ସମେତ ଦାମୋଦର ମହାସୁଆର, ବୈଦନାଥ ମହାସୁଆର, ବଳଭଦ୍ର ମହାପାତ୍ର ଓ ଚିନ୍ତାମଣି ସାହିନାୟକ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ