Saturday, October 10, 2026
27.9 C
Odisha

    ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୩ ତମ ପ୍ରତିଷ୍ଠା ଦିବସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୧୯/୯: ଆଜି ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶାର ୪୩ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତ୍ୟନ୍ତ ଆନନ୍ଦିତ। ବିଗତ ୪୩ ବର୍ଷ ଧରି ବୋର୍ଡ ବାୟୁ ଗୁଣବତ୍ତା ନିରୀକ୍ଷଣ, ଜଳ ପରୀକ୍ଷା, ଶିଳ୍ପ ବର୍ଜ୍ୟଜଳ ନିୟନ୍ତ୍ରଣ ଏବଂ ବର୍ଜ୍ୟବସ୍ତୁ ସୁପରିଚାଳନା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରି ପରିବେଶ ସୁରକ୍ଷାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଆସିଛି। ଡିଜିଟାଲ୍ ବ୍ୟବସ୍ଥା ଯୋଗୁଁ ଅନୁମତି ପ୍ରକ୍ରିୟା ଆଜି ଅଧିକ ସହଜ ଓ ସ୍ୱଚ୍ଛ ହୋଇପାରିଛି, ଯାହା ପାଇଁ ବୋର୍ଡର ସମସ୍ତ ଇଞ୍ଜିନିୟର, ବୈଜ୍ଞାନିକ ଓ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପ୍ରଶଂସନୀୟ।  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ଆମ ଯୁବପିଢ଼ି, ବିଶେଷକରି ଜେନ୍ ଜି, ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇ ଏକ ସ୍ୱଚ୍ଛ ଓ ସୁସ୍ଥ ଓଡ଼ିଶା ଗଢ଼ିବାରେ ସହଭାଗୀ ହେବେ ବୋଲି ମୁଁ ଆଶାୟୀ।

    ଏହି ଅବସରରେ କଟକ, କୋରାପୁଟ, ଝାରସୁଗୁଡ଼ା ଓ ସମ୍ବଲପୁରରେ ବୋର୍ଡର ନୂତନ ଆଞ୍ଚଳିକ କାର୍ଯ୍ୟାଳୟ ଭବନର ଶିଳାନ୍ୟାସ, ଫ୍ଲାଇ ଆଶ୍ ମ୍ୟାନେଜମେଣ୍ଟ ପାଇଁ ନାଲ୍‌କୋ-ଆର୍‌ଟିସି ସହ ବୁଝାମଣାପତ୍ର ଆଦାନପ୍ରଦାନ ଏବଂ ପରିବେଶ ସୁରକ୍ଷାରେ ଅବଦାନ ପାଇଁ ପ୍ରଶଂସାପତ୍ର ଓ ପରିବେଶ ଉତ୍କର୍ଷ ପୁରସ୍କାର ପ୍ରଦାନ ମଧ୍ୟ କରାଗଲା। ଏହି ଗୌରବମୟ ଅବସରରେ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ବନ ବାହିନୀ ମୁଖ୍ୟ ଡ. କେ. ମୁରୁଗେସନ, ସଦସ୍ୟ ସଚିବ ଡ. ମନୋଜ ଭି. ନାୟାର ଏବଂ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ଉପସ୍ଥିତି ସମାରୋହକୁ ଆହୁରି ଗରିମାମୟ କରିଥିଲା। ଆସନ୍ତୁ, ସମସ୍ତେ ମିଶି ଏକ ପ୍ରଦୂଷଣମୁକ୍ତ, ସବୁଜ ଓଡ଼ିଶା ଗଢ଼ିବା ପାଇଁ ପ୍ରତିଜ୍ଞାବଦ୍ଧ ହେବା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ