Tuesday, September 22, 2026
23.9 C
Odisha

    ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଆଜି ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରି ପୁରୁଷ FIH ପ୍ରୋ ଲିଗ୍ ଭାରତ ବନାମ ନେଦରଲ୍ୟାଣ୍ଡ ମ୍ୟାଚ୍ ଦେଖିଥିଲେ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପାଖରେ ପାଇ ଦର୍ଶକ ବେଶ ଉତ୍ସାହିତ ହେବା ସହ ସେଲଫି ନେଇଥିଲେ। ଭାରତୀୟ ହକି ଖେଳାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମ୍ୟାଚର ହାଫ-ଟଇମରେ ଅବସରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ଯେ, ସୁନ୍ଦରଗଡରେ ହକି ବହୁତ ଲୋକପ୍ରିୟ ଏବଂ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ ପାଇଁ ରାଉରକେଲାରେ ବିଶ୍ୱର ସର୍ବବୃହତ ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଷ୍ଟାଡିୟମ ସୁନ୍ଦରଗଡ଼ର ହକିପ୍ରେମୀଙ୍କ ସମ୍ମାନର୍ଥେ ହୋଇଥିବା ବେଳେ ଏହା ରାଉରକେଲାକୁ ହକି କ୍ଷେତ୍ରରେ ଗ୍ଲୋବାଲ ହବ୍‌ ଭାବରେ ସ୍ଥାନିତ କରିଛି। ଏଠାକାର ଦର୍ଶକ ହକି ପାଇଁ ସର୍ବୋତ୍ତମ ପରିବେଶ ସୃଷ୍ଟି କରିଥାନ୍ତି ବୋଲି ୫-ଟି ଅଧ୍ୟକ୍ଷ ମତବ୍ୟକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    98 %
    1.3kmh
    100 %
    Tue
    24 °
    Wed
    26 °
    Thu
    28 °
    Fri
    29 °
    Sat
    28 °

    ସମ୍ବନ୍ଧିତ