Saturday, October 17, 2026
23.3 C
Odisha

    ବାରବାଟୀ ଷ୍ଟାଡିୟମ୍ ନବକଳେବର ଯୋଜନା ନେଇ ଆଜି ଘୋଷଣା

    ଆଗକୁ ପଢନ୍ତୁ

    କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ଆଜି ଏନେଇ ଘୋଷଣା କରିବା ସହ ଭିସି ଜରିଆରେ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ୍ ନିର୍ମାଣ ପାଇଁ ଭିତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ରାଜ୍ୟର ୪୧ଟି କ୍ରିକେଟ ଏକାଡେମିର ମଧ୍ୟ ଉଦଘାଟନ କରାଯିବ । ଏନେଇ ବାରବାଟୀ କ୍ରିକେଟ ଗ୍ରାଉଣ୍ଡରେ ଓସିଏ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ଅରୁଣ ସିଂ ଧୁମାଲ, ଓସିଏ ସଭାପତି ପ୍ରଣବ ପ୍ରକାଶ ଦାଶ, ଆଡ଼ଭୋକେଟ ଜେନେରାଲ ଅଶୋକ ପରିଜା ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ସାମିଲ ହେବେ ।ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ, ପଜ୍ଞାନ ଓଝା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ବେଳେ ସଂଧ୍ୟାରେ ବଲିଉଡ଼ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ୫ଟି ରୂପାନ୍ତିକରଣ ଅଭିଯାନରେ ପ୍ରାୟ ୬୦୦କୋଟି ଟଙ୍କା ବ୍ୟୟରେ ବାରବାଟୀ କ୍ରିକେଟ ଷ୍ଟାଡିୟମର ନୂଆରୂପ ନେବାକୁ ଯାଉଛି । ନୂଆ ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିବ, ଏକାସଙ୍ଗେ ବସି ଖେଳ ଦେଖି ପାରିବେ ୬୦ ହଜାର ଦର୍ଶକ । ଏହି ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଅତ୍ୟାଧୁନିକ ଜିମ୍ ସେଂଟର ମଧ୍ୟ ନିର୍ମାଣ କରାଯିବ । ଏଥିସହ ଷ୍ଟାଡିୟମରେ ରହିବ ମଲ୍, ଷ୍ଟାର ହୋଟେଲ ଓ ଅଫିସ୍ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ବିକଶିତ କରାଯିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.3 ° C
    23.3 °
    23.3 °
    88 %
    1.5kmh
    19 %
    Sat
    23 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ