Thursday, September 10, 2026
27.3 C
Odisha

    ଓଡ଼ିଶା ବିଜେପି ନେତାଙ୍କୁ ତୁରନ୍ତ ମାନସିକ ଚିକିତ୍ସା ଆବଶ୍ୟକ: ବିଜେଡି

    ଆଗକୁ ପଢନ୍ତୁ

    ଓଡ଼ିଶା ବିଜେପିର ନେତା ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ସେମାନଙ୍କୁ ତୁରନ୍ତ ମାନସିକ ରୋଗ ଚିକିତ୍ସା ଆବଶ୍ୟକ। ଏନେଇ ବିଜେଡି ପକ୍ଷରୁ କଟକ ବଡ଼ ମେଡିକାଲର ମନସ୍ତାତ୍ବିକ ବିଭାଗ ମୁଖ୍ୟକୁ ଚିଠି ଲେଖାଯାଇଛି। ଚିଠିରେ ଓଡିଶା ବିଜେପି ନେତାଙ୍କୁ ତୁରନ୍ତ ମାନସିକ ରୋଗ ପାଇଁ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି।

    ବିଜେଡି ପକ୍ଷରୁ କଟକ ବଡ଼ ମେଡିକାଲକୁ ଦିଆଯାଇଥିବା ଚିଠିରେ ଉଳ୍ଲେଖ କରାଯାଇଛି ଯେ‘ ଏକ ଦାୟିତ୍ବ ସମ୍ପନ୍ନ ରାଜନୈତିକ ଦଳ ଭାବେ, ଆମ ପ୍ରତିପକ୍ଷ ଓଡିଶା ବିଜେପିର କିଛି ନେତାଙ୍କ ମାନସିକ ସ୍ଥିତି ଦେଖି ଆମେ ଗଭୀର ଭାବେ ଚିନ୍ତିତ । ଆମକୁ ଭାରି ଦୟା ଲାଗୁଛି । ୨୦୨୪ ନିର୍ବାଚନରେ ବିଜେପି ବହୁତ ଖରାପ ଭାବେ ହାରିବାକୁ ଯାଉଥିବାରୁ, ସେମାନଙ୍କ ନେତାମାନେ ନିଜ ମାନସିକ ଭାରସାମ୍ୟ ହରାଇ ପ୍ରତିଦିନ ବାଚଳାମି କରୁଛନ୍ତି । ଏସବୁ ଦେଖିବା ଭାରି କଷ୍ଟଦାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    85 %
    1.6kmh
    100 %
    Thu
    27 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ