Sunday, September 13, 2026
23 C
Odisha

    ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ଦୁର୍ଭାଗ୍ୟଜନକ, କିଛି କହିଲା ବେଳେ ପଦ ମର୍ଯ୍ୟାଦା ରଖନ୍ତୁ : ପ୍ରତାପ ଦେବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଗତକାଲି କେନ୍ଦୁଝରରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟିପ୍ପଣୀକୁ ନେଇ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଦୁର୍ଭାଗ୍ଯଜନକ। ଯେଉଁକଥା ସେ ଏବେ କହୁଛନ୍ତି ସେହିକଥା ବିରୋଧୀ ଦଳ ନେତା ଥିବା ବେଳେ କାହିଁକି କହିଲେନି । ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ପୂର୍ବରୁ ସରକାରାରେ ଥିବା ଦଳ ପକ୍ଷରୁ ତାଙ୍କୁ ମନ୍ତ୍ରୀ ଓ ଖଣି ଯଚା ଯାଇଥିଲା। ଯେତେବେଳେ ବିରୋଧୀ ଦଳ ରେ ଥିଲେ ସେତେବେଳେ କାହିଁକି କହିଲେନି। ସେ ଭୁଲି ଯାଉଛନ୍ତି ସେ ଆଉ ବିରୋଧୀ ଦଳ ରେ ନାହାଁନ୍ତି। ବର୍ତ୍ତମାନ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ। ସେ କହିବା ପୂର୍ବରୁ ଚିନ୍ତା କରିବା ଉଚିତ। ପଦ ମର୍ଯ୍ୟାଦା ବଞ୍ଚେଇ ରଖିବା କଥା। ପ୍ରଧାନମନ୍ତ୍ରୀ ସଂସଦରେ ଓଡ଼ିଶା ଖଣି ସଂସ୍କାରକୁ ନେଇ ପ୍ରଶଂସା କରିଛନ୍ତି। କିନ୍ତୁ ଏଭଳି କହିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୋଭନିୟ ନୁହେଁ। ପ୍ରତାପ ଦେବ ଆହୁରି ମଧ୍ୟ କହିଛନ୍ତି ବିରୋଧୀ ଦଳ ନେତା ଥିବା ସମୟରେ ସେ ଚାହିଁଥିଲେ ଏ କଥା ଗଣମାଧ୍ୟମରେ କହି ପାରିଥାନ୍ତେ। ଚାହିଁଥିଲେ ସେ ସେତେବେଳେ କେସ କରିପାରିଥାନ୍ତେ । ଏକଥା ନକରିକି ଏବେ ମୁଖ୍ଯମମନ୍ତ୍ରୀ ହେବା ପରେ ଏପରି ମନ୍ତବ୍ଯ ଦେବେ କେତେ ଦୂର ସମୀଚିନ ତାହା ସେ ତର୍ଜମା କରନ୍ତୁ । ତାଙ୍କ ଦଳର ସର୍ବୋଚ୍ଚ ନେତା କହିଛନ୍ତି, ଓଡ଼ିଶା ଖଣି ସଂସ୍କାରରେ ଆଗୁଆ ଅଛି । ସଂସଦରେ ତାଙ୍କ ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ଏହା ସ୍ବୀକାର କରିଛନ୍ତି । ଏହାକୁ କେମିତି ମୁଖ୍ଯମନ୍ତ୍ରୀ ଭୁଲିଯାଉଛନ୍ତି । ସଂଘୀୟ ବ୍ଯବସ୍ଥାରେ କିପରି ଶାସନ କରିବାକୁ ହୁଏ ତାହା ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କଠାରୁ ଶିକ୍ଷା କରିବା ଉଚିତ । କ୍ଷମତାକୁ ଆସିକି ବିରୋଧୀ ଦଳ ପରି ପ୍ରଳାପ କରିବା ଛାଡନ୍ତୁ । ରାଜ୍ଯବାସୀ ବିଜେପିକୁ ଜନମତ ଦେଇଛନ୍ତି । ତେଣୁ ସେ ତାଙ୍କ ପଦ ମର୍ଯ୍ୟାଦା ରକ୍ଷା କରିବା ଉଚିତ ବୋଲି ପ୍ରତାପ ଦେବ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ