Monday, September 28, 2026
29.4 C
Odisha

    ବିଜେପିରେ ମିଶିବେ ବିଜେଡି ନେତା, ଯୋଗଦେଲା ପରେ ଜାଣିବେ: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଯାଜପୁର ସାଂସଦ ରବୀନ୍ଦ୍ର ବେହେରାଙ୍କ ବିଜେଡି ଖାଲି ବୟାନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସମାଲ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେପିରେ ମିଶିବାକୁ ବିଜେଡି ନେତାଙ୍କ ଆବେଦନ ଲମ୍ବା ଅଛି, ସମସ୍ତଙ୍କ ସହିତ କଥାବାର୍ତ୍ତା ଚାଲିଛି। ସ୍ଥାନୀୟ ନେତାଙ୍କ ସହିତ ଆଲୋଚନା ପରେ ଦଳରେ ଯୋଗଦେବା କାର୍ଯ୍ୟକ୍ରମ ସ୍ଥିର ହେବ। ତାଙ୍କ ଭିତରେ ଲୋକ ପ୍ରତିନିଧି ଅଛନ୍ତି। ଯୋଗଦେବା ପରେ ଜାଣିବେ କେଉଁମାନେ ଅଛନ୍ତି। ବିଜେପି ବିଧାୟକ ବିଜେଡି ଲିଙ୍କରେ ଥିବା ସାଂସଦ ମୁନା ଖାନଙ୍କ ବୟାନ ଉପରେ କହିଛନ୍ତି ଯେ, ଯେଉଁମାନେ ବିଜେଡିରୁ ଆସିଛନ୍ତି ସେମାନେ ଯୋଗାଯୋଗ କରନ୍ତୁ। ସାମିଲ କରିବାକୁ ଚେଷ୍ଟା କରନ୍ତୁ।
    ସୂଚନାଯୋଗ୍ୟ, ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଜେପିର ମେଗା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଛାଡି ବିଜେପି ମୁଁହା ବ୍ଲକ ପଞ୍ଚାୟତସ୍ତର ନେତା। ପଂଚାୟତ ପୌର ନିର୍ବାଚନ ପାଇଁ ଏବେଠୁ ସଜବାଜ। ବିଜେଡି ଓ କଂଗ୍ରେସ ଛାଡ଼ି ବହୁ ସଂଖ୍ୟାରେ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଜଗତସିଂହପୁର, ଭଦ୍ରକ, ନୟାଗଡ, ସାନଖେମୁଣ୍ଡି, କଟକ, ଯାଜପୁର ଜିଲ୍ଲାର ବ୍ଲକ ଓ ପଞ୍ଚାୟତ ସ୍ତରର ନେତା ବିଜେପିରେ ସାମିଲ ହୋଇଛନ୍ତି। ଏହି କ୍ରମରେ ଯାଜପୁର ଜିଲ୍ଲା ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସଙ୍କ ସହ ଏକାଧିକ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ସାମିଲ ହୋଇଛନ୍ତି।

    ସେହିପରି କଟକ ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ଧର୍ମେଷ ନାୟକ ଓ ତାଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁରର ବିଜେଡି ଯୁବ ସଭାପତି ତଥା ବିଧାୟକଙ୍କ ପ୍ରତିନିଧି ଅସିତ ଦାସଙ୍କ ସମେତ ଏକାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ନିର୍ବାଚନ ବେଳେ ଦଳ ଛାଡ଼ିଥିବା ସାନଖେମୁଣ୍ଡିର ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନେକ କର୍ମୀ ବିଜେପି ରେ ସାମିଲ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଭାପୁରର ଯୁବ ନେତା ବିଭୁତି ପଟ୍ଟନାୟକ ତାଙ୍କ ଶହଶହ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ଜଗତସିଂହପୁରର ଅନେକ ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ