Thursday, October 15, 2026
28 C
Odisha

    ଓଡ଼ିଶା ସିଭିଲ ସର୍ଭିସେସ୍‌ର ପ୍ରିଲିମିନାରି ପରୀକ୍ଷା-୨୦୨୩ ପାଇଁ ତାରିଖ ଘୋଷିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରି) ପରୀକ୍ଷା-୨୦୨୩ ପାଇଁ ବୁଧବାର ତାରିଖ ଘୋଷଣା ହୋଇଛି। ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରି) ପରୀକ୍ଷା-୨୦୨୩ ଆସନ୍ତା ଡିସେମ୍ବର ୧୫ ତାରିଖ (ରବିବାର)ରେ ଅନୁଷ୍ଠିତ ହେବ ବୋଲି ଓପିଏସ୍‌ସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ଜାରି ନୋଟିସରେ କୁହାଯାଇଛି। ଓପିଏସ୍‌ସି ପକ୍ଷରୁ କୁହାଯାଇଛି ଯେ, ଏହି ପରୀକ୍ଷା ସଂପର୍କିତ ଅନ୍ୟ କିଛି ସୂଚନା ଆସିଲେ, ତାକୁ ଓପିଏସ୍‌ସିର ୱେବସାଇଟ୍‌ http://opsc.gov.inରେ ଅପ୍‌ଲୋଡ୍ କରିଦିଆଯିବ। ପ୍ରାର୍ଥୀମାନେ ନିୟମିତ ବ୍ୟବଧାନରେ ଓପିଏସ୍‌ସିର ୱେବସାଇଟକୁ ଯାଇ ଏହି ପରୀକ୍ଷା ସଂପର୍କିତ୍ ଅପ୍‌ଡେଟେଡ୍‌ ସୂଚନା ପାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    69 %
    2.1kmh
    72 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ