Saturday, October 10, 2026
21.6 C
Odisha

    ବିଜେଡିର ନିର୍ବାଚନୀ ଇସ୍ତାହାର ଦେଖି ବିଜେପିର ନେତାମାନେ ବାଚାଳାମି କରୁଛନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜେଡି ଇସ୍ତାହାର ପ୍ରକାଶ ପାଇବା ପରେ ବିଜେପି ନେତା ମାନେ ହତୋତ୍ସାହିତ ହୋଇ ବାଚାଳାମି କରି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି। ଯାହାକୁ ନେଇ ଆଜି ଶଙ୍ଖ ଭବନରେ ବିଜେଡି ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି। ଅମର ପଟ୍ଟନାୟକ କହିଛନ୍ତି ନବୀନ ଗ୍ୟାରେଣ୍ଟି ନମ୍ବର ୧୫ ହେଲଥ ଫର ଅଲ ରହିଛି। BSKY ରେ ପ୍ରତିଶୃତି ଦିଆଯାଇଛି ଯେ ତାର ପରିଧି ସାରା ଓଡ଼ିଶାବାସୀଙ୍କୁ କଭର କରିବ। ଏପରି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯାହା ଅନ୍ୟ କୌଣସି ରାଜ୍ୟରେ ନାହିଁ। BSKY ରେ ସାଢେ ତିନି କୋଟି କଭର ହେଲେଣି। ସରକାରୀ, ଠିକା ଓ ଆଶା କର୍ମୀଙ୍କୁ ସାମିଲ କରିବାର ଗ୍ୟାରେଣ୍ଟି ଦିଆଯାଇଛି। ଆଉ ସ୍ୱାସ୍ଥ୍ୟ ନେଇ ଭାବିବାକୁ ପଡିବ ନାହିଁ। ଆଜି ଯାଏଁ ୨୫ ଲକ୍ଷରୁ ଅଧିକ ଲୋକ BSKYରେ ଉପକୃତ ହେଲେଣି,୬ ହଜାର କୋଟି ଖର୍ଚ୍ଚ କରାଯାଇଛି। ଏଥି ସହିତ ୭୦୦ ରୁ ଅଧିକ ଘରୋଇ ହସ୍ପିଟାଲ BSKY ବ୍ୟବସ୍ଥା ରହିଛି। ଏଥିରେ ରାଜ୍ୟ ଭିତରେ ଥିବା ଘରୋଇ ହସ୍ପିଟାଲ ଏବଂ ରାଜ୍ୟ ବାହାରର ବହୁ ବଡ଼ ବଡ଼ ଘରୋଇ ହସ୍ପିଟାଲ ସାମିଲ ରହିଛି। ଏହି ସଂଖ୍ୟାକୁ ବୃଦ୍ଧି କରାଯାଇ ୯୦୦ ହସ୍ପିଟାଲ ସାମିଲ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ