Saturday, September 19, 2026
25.5 C
Odisha

    ୱକଫ୍ ବୋର୍ଡକୁ ନେଇ ବିଜେଡିର ୟୁଟର୍ଣ୍ଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ବିଜେପି ସହ ଗୋପନ ସମ୍ପର୍କ ଅଛି ବୋଲି ପୁଣି ଥରେ ପ୍ରମାଣିତ କରିଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ। ୱକଫ୍ଟ୍ରନଂ ସଂଶୋଧନ ବିଲ୍ କୁ ନେଇ ବିଜେଡି ତାହାର ଆଭିମୁଖ୍ୟ ବଦଳେଇବା ପରେ ଏହା ପୁଣି ଥରେ ସ୍ପଷ୍ଟ ହୋଇଛି। ଏହି ବିଲ୍ କୁ ବିରୋଧ କରିବାକୁ ବିଜେଡି ପ୍ରଥମରୁ ଘୋଷଣା କରିଥିଲାବେଳେ ଶେଷ ମୁହୂର୍ତ୍ତରେ ୟୁ ଟର୍ଣ୍ଣ ମାରି ବିଜେଡି ନେତା ଓ କର୍ମୀଙ୍କୁ ହତାଶ କରିଛି।
    ୱକଫ୍ ସଂଶୋଧନ ବିଲ୍ ବୁଧବାର ଦିନ ଲୋକସଭାରେ ଆଗତ ହେବା ପୂର୍ବରୁ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ଏହି ବିଲ୍ କୁ ବିରୋଧ କରିବ ବୋଲି ଘୋଷଣା କରିଥିଲା। ଯେହେତୁ ଲୋକସଭାରେ ଦଳର ଜଣେ ବି ସଦସ୍ୟ ନାହାନ୍ତି ତେଣୁ ସମର୍ଥନ କି ବିରୋଧକୁ ନେଇ କୌଣସି ଫରକ୍ ପଡ଼ିବାର ନ ଥିଲା। ମାତ୍ର ଆଜି ରାଜ୍ୟସଭାରେ ୱକଫ୍ ସଂଶୋଧନ ବିଲ୍ ଉପରେ ଆଲୋଚନା ହେଉଥିବାରୁ ବିଜେଡିର ଭୂମିକା ଆସିବ । କାରଣ ରାଜ୍ୟସଭାରେ ବିଜେଡିର ୭ ଜଣ ସଦସ୍ୟ ଅଛନ୍ତି । ଭୋଟ୍ ଫଳାଫଳ ଉପରେ ଏହି ସଂଖ୍ୟା ଫରକ୍ ପକାଇବାର କ୍ଷମତା ରଖୁଛି ।
    ଗୁରୁବାର ଆଲୋଚନାରେ ଭାଗ ନେଲାବେଳେ ବିଜେଡି ସାଂସଦ ମୁନ୍ନା ଖାଁ ୱକଫ୍ ବିଲ୍ କୁ ବିରୋଧ କରିଥିଲେ। ତେଣୁ ଦଳର ଆଭିମୁଖ୍ୟକୁ ନେଇ କାହାରି ମନରେ ଶଙ୍କା ନ ଥିଲା । ମାତ୍ର ସଂଧ୍ୟା ୫ଟା ୫୯ ମିନିଟ୍ ରେ ବିଜେଡିର ରାଜ୍ୟସଭା ନେତା ଡ. ସସ୍ମିତ୍ ପାତ୍ରଙ୍କର ଏକ ଟୁଇଟ୍(ଏକ୍ସ) ଆସିଥିଲା । ସେଥିରେ ସେ ସୂଚନା ଦେଇଥିଲେ ଯେ ୱକଫ୍ ସଂଶୋଧନ ବିଲ୍ ଉପରେ ବିଚାର ସାଂସଦଙ୍କ ବିବେକ ଉପରେ ଛାଡ଼ି ଦିଆଯାଇଛି । ଯଦି ବିଲ୍ ଭୋଟିଂ ପାଇଁ ଆସେ ତେବେ ଦଳ ନିଜର ସଦସ୍ୟମାନଙ୍କୁ ନ୍ୟାୟ, ସଦଭାବ ଏବଂ ସମସ୍ତ ସମ୍ପ୍ରଦାୟର ଅଧିକାର ପାଇଁ ସେମାନଙ୍କ ବିବେକ ପ୍ରୟୋଗ କରିବାକୁ ଦାୟିତ୍ୱ ଦେଉଛି । ଏ ନେଇ ଦଳ ପକ୍ଷରୁ ହୁଇପ୍ ଜାରି କରାଯାଇନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।
    ସୁତରାଂ ୱକଫ୍ ସଂଶୋଧନ ବିଲ୍ କୁ ବିଜେଡି ବିରୋଧ କରିବ ନାହିଁ ବୋଲି ଦଳର ପରିବର୍ତ୍ତିତ ନିଷ୍ପତ୍ତିକୁ ସସ୍ମିତ୍ ବୁଲେଇ ବଙ୍କେଇ ଜଣାଇ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    89 %
    1.4kmh
    100 %
    Sat
    26 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ